ଜହ୍ନମାମୁଁ ଦୂର ନୁହେଁ…ଏହା କେବଳ ଏକ ଭ୍ରମଣ; ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ଉପରେ କହିଲେ ପିଏମ୍ ମୋଦି
ମିଶନ ମୁନ୍ର ସଫଳତା ପରେ ଏବେ ମିଶନ ସୂର୍ଯ୍ୟ ଓ ଶୁକ୍ର ଟାର୍ଗେଟ୍। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମିଶନ ମୁନ୍ର ସଫଳତା ପରେ ଏବେ ମିଶନ ସୂର୍ଯ୍ୟ ଓ ଶୁକ୍ର ଟାର୍ଗେଟ୍। ଚନ୍ଦ୍ରଯାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୋହାନ୍ସବର୍ଗରୁ ଟେଲିଫୋନ ଯୋଗେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କୁ ବଧେଇ ଜଣାଇଛନ୍ତି।
ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ୱର କୌଣସି ଦେଶ ପହଞ୍ଚିପାରି ନ ଥିବା ବେଳେ ଆମ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଆମେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଛି ବୋଲି ମୋଦି କହିଛନ୍ତି। ଏହି ସଫଳତା କେବଳ ଭାରତର ଏକାକୀ ସଫଳତା ନୁହେଁ, ବରଂ ପୂରା ମାନବସମାଜର ସଫଳତା।
କେବେ ଜହ୍ନ ବହୁ ଦୂର ବୋଲି କୁହାଯାଉଥିବା ବେଳେ ଏବେ ଏହା କେବଳ ଏକ ଭ୍ରମଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହି ରଖୁଛୁ, ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର୍ ବିକ୍ରମ। ଭାରତର ଏହି ମୁନ୍ ମିଶନକୁ ସାରା ବିଶ୍ୱ ଅପେକ୍ଷା କରିଥିଲା।
#WATCH | Indian Space Research Organisation’s (ISRO) third lunar mission Chandrayaan-3 makes soft-landing on the moon pic.twitter.com/vf4CUPYrsE
— ANI (@ANI) August 23, 2023