ଲୁଧିଆନାରେ ଭୁଶୁଡ଼ିଲା ସ୍କୁଲ କୋଠରୀର ଲିଣ୍ଟର, ଭଗ୍ନାବଶେଷ ତଳେ ଦବିଗଲେ ୪ ଶିକ୍ଷକ; ଜଣଙ୍କ ମୃତ୍ୟୁ

ପଞ୍ଜାବର ଲୁଧିଆନାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ସରକାରୀ ସ୍କୁଲରେ ଲିଣ୍ଟର ଭୁଶୁଡ଼ି ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି।

ପଞ୍ଜାବର ଲୁଧିଆନାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ସରକାରୀ ସ୍କୁଲରେ ଲିଣ୍ଟର ଭୁଶୁଡ଼ି ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବସି ଲଞ୍ଚ୍‌ କରୁଥିବା ବେଳେ କୋଠରୀର ଲିଣ୍ଟର ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦବି ଯାଇଥିଲେ।

ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ବାଦୋଓ୍ଵାଲ ଅଞ୍ଚଳରେ ଘଟିଛି। ଏଠାରେ ୧୯୬୦ ମସିହାରେ ତିଆରି ଏକ ବିଲ୍ଡିଂରେ ସରକାରୀ ସ୍କୁଲ ଚାଲିଥିଲା। କୁହାଯାଉଛି ଯେ ସ୍କୁଲରେ ଦ୍ୱିପ୍ରହରରେ ସମସ୍ତ ଶିକ୍ଷକ ବସି ଲଞ୍ଚ୍‌ କରୁଥିଲେ। ଏହି ସମୟରେ ଲିଣ୍ଟର ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ୪ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୋତି ହୋଇପଡ଼ିଥିଲେ।

ଖବର ପାଇ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ଘଣ୍ଟାର ପରିଶ୍ରମ ପରେ ଶିକ୍ଷକମାନଙ୍କୁ ମାଟି ଭିତରୁ ବାହାର କରାଯାଇଥିଲା। ପୋଲିସ ମୁତାବକ, ସମସ୍ତ ଆହତଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍କୁଲ ପରିସରକୁ ସିଲ୍‌ କରି ଦିଆଯାଇଛି।