Below header

ଜହ୍ନକୁ ଯାଇ ମେସେଜ ଦେଲା ଚନ୍ଦ୍ରଯାନ-୩, କଣ ପଠାଇଛି ଦେଖନ୍ତୁ

ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ଇସ୍ରୋର ବୈଜ୍ଞାନିକଙ୍କୁ ମେସେଜ୍ ପଠାଇଲା ଚନ୍ଦ୍ରଯାନ-୩। ଆଉ ତାହାକୁ ଟ୍ବିଟ ମାଧ୍ୟମରେ ପୋଷ୍ଟ କଲା ଇସ୍ରୋ

କେନ୍ୟୁଜ୍(ବ୍ୟୁରୋ):  ମହାକାଶ ଗବେଷଣାରେ ଇସ୍ରୋର ସ୍ବର୍ଣ୍ଣିମ ସଫଳତା । ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ । ଯେଉଁ ସମୟକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା ସେହି ସମୟ ଥିଲା ୫ଟା ୪୪ । ଚନ୍ଦ୍ରପୃଷ୍ଠକୁ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲା ବିକ୍ରମ ଲ୍ୟାଣ୍ଡର । ପ୍ରଥମ ପର୍ଯ୍ୟାୟରେ ୩୦ କିଲୋମିଟର ଉଚ୍ଚତାରୁ ତଳକୁ ଖସିଥିଲା । ସେତେବେଳେ ବିକ୍ରମର ବେଗ ସେକେଣ୍ଡ ପିଛା ଥିଲା ୧.୬ କିଲୋମିଟର । ୭.୪ କିଲୋମିଟକୁ ଖସିଥିଲା ବିକ୍ରମ ଲ୍ୟାଣ୍ଡର ।

ଅବତରଣ ସହ ଧୀରେ ଧୀରେ ହ୍ରାସ ହେଉଥିଲା ବେଗ । ଅବତରଣର ଦ୍ବିତୀୟ ପର୍ଯ୍ୟାୟରେ ସମାନ୍ତରାଳ ସ୍ଥିତିରେ ଥିବା ବିକ୍ରମ ନେଇଥିଲା ୫୦ ଡିଗ୍ରୀ ମୋଡ଼ । ସେତେବେଳେ ଚନ୍ଦ୍ରପୃଷ୍ଠରୁ ଦୂରତା ୬.୮ କି.ମିକୁ କମିଥିଲା । ୮୦୦ ମିଟର ଉଚ୍ଚତାରୁ ଆରମ୍ଭ ହୋଇଥିଲା ଫାଇନାଲ ବ୍ରେକିଂ ଫେଜ୍ । ୧୫୦ ମିଟରକୁ ଖସିଥିଲା ଚନ୍ଦ୍ରଯାନ । ସେଠାରୁ ଅବତରଣ ସ୍ଥାନର ଅନୁଧ୍ୟାନ କରିଥିଲା । ଏହାପରେ ଦକ୍ଷିଣ ମେରୁକୁ ସ୍ପର୍ଶ କରିଥିଲା ସ୍ପେସକ୍ରାଫ୍ଟ । ଚନ୍ଦ୍ରଯାନ ସଫଳ ଲ୍ୟାଣ୍ଡିଂ ପରେ  ଇସ୍ରୋ ତରଫରୁ ଏକ ଟ୍ବିଟ କରାଯାଇଥିଲା ସେଥିରେ ଲେଖାଥିଲା ‘ମୁଁ ପହଞ୍ଚିଗଲି ଗନ୍ତବ୍ୟସ୍ଥଳରେ ଆଉ ଆପଣମାନେ ବି’,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.