ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ, ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ

କନିଷ୍ଠ ଶିକ୍ଷକମାନେ ଏଣିକି ଯୋଜନାଭିତ୍ତି ବା ସ୍କିମାଟିକ୍ ଆଧାରରେ ନିଯୁକ୍ତି ପାଇବେ । ବର୍ଷିକିଆ ଚୁକ୍ତିନାମା ରହିବ । କାର୍ଯ୍ୟଦକ୍ଷତା ଅନୁସାରେ ନବୀକରଣ କରାଯିବ ଚୁକ୍ତି । ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନ୍ କଂପ୍ୟୁଟର ବେସଡ ଟେଷ୍ଟ କରାଯିବ । ଆବେଦନ ବି କରିବେ ଅନଲାଇନରେ ।

କେନ୍ୟୁଜ୍(ବ୍ୟୁରୋ):  ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ । ଖୁବଶୀଘ୍ର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଯୋଜନାଭିତ୍ତିରେ ନିଯୁକ୍ତି ପାଇବେ । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିଲା । କନିଷ୍ଠ ଶିକ୍ଷକମାନେ ଏଣିକି ଯୋଜନାଭିତ୍ତି ବା ସ୍କିମାଟିକ୍ ଆଧାରରେ ନିଯୁକ୍ତି ପାଇବେ । ବର୍ଷିକିଆ ଚୁକ୍ତିନାମା ରହିବ । କାର୍ଯ୍ୟଦକ୍ଷତା ଅନୁସାରେ ନବୀକରଣ କରାଯିବ ଚୁକ୍ତି । ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନ୍ କଂପ୍ୟୁଟର ବେସଡ ଟେଷ୍ଟ କରାଯିବ । ଆବେଦନ ବି କରିବେ ଅନଲାଇନରେ । ଦୁଇଟି ବର୍ଗରେ ନିଯୁକ୍ତ ହେବେ କନିଷ୍ଠ ଶିକ୍ଷକ । ପଞ୍ଚମ ଶ୍ରେଣୀ ଯାଏ ପ୍ରଥମ କ୍ୟାଟେଗୋରୀ ଓ ଦ୍ବିତୀୟ କ୍ୟାଟେଗୋରୀରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ନିଯୁକ୍ତି ଦିଆଯିବ ।

ଯୋଜନାଭିତ୍ତିକ ନିଯୁକ୍ତି ନେଇ ବିଜ୍ଞପ୍ତି ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଠିକା ନିଯୁକ୍ତି ପ୍ରଥା ସରକାର ଉଚ୍ଛେଦ କରିଥିଲେ । କାହିଁକି ପ୍ରତ୍ୟକ୍ଷ ନିଯୁକ୍ତି ଦିଆଗଲା ନାହିଁ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିରେ ସର୍ତ୍ତାବଳୀ ରହିବ । ଓସେପା ସେଦିଗରେ କାମ କରୁଛି ।

କନିଷ୍ଠ ଶିକ୍ଷକମାନେ ଶିକ୍ଷା ଅଧିକାର ଆଇନ ବଳରେ ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲାପରିଷଦଗୁଡ଼ିକ ଦ୍ବାରା ନିଯୁକ୍ତ ପାଇବେ । ବାର୍ଷିକ ଚୁକ୍ତି ସରିବା ପରେ ଦକ୍ଷତା ଅନୁସାରେ ନବୀକରଣ କରାଯିବ । … ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ଦୀପକ ମହାନ୍ତି ଓ ଚିନ୍ନୟ ପଟ୍ଟନାୟକଙ୍କ ରିପୋର୍ଟ, କଳିଙ୍ଗ ଟିଭି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.