Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ ଜରିଆରେ ନବରାତ୍ରୀ ସମେତ ଅନ୍ୟ ପର୍ବ ପାଇଁ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ନବରାତ୍ରୀ ସମେତ ଅନ୍ୟ ପର୍ବ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସିଙ୍ଗଲ ପ୍ଲାଷ୍ଟିକ୍ରୁ ଦେଶକୁ ମୁକ୍ତ କରିବାକୁ ଅପିଲ କରିଛନ୍ତି । ବିଦେଶ ଗସ୍ତ ପୂର୍ବରୁ ଲତା ମଙ୍ଗେସରକଙ୍କୁ ଫୋନ୍ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ରେ ତମାଖୁ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ତମାଖୁ ସେବନ ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏହା ଠାରୁ ଦୂରେଇ ରହିବା ପାଇଁ ପ୍ରୟାସ କରିବା ଆବଶ୍ୟକ । ନିକଟରେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧ ଲାଗିଛି । ଯୁବକଙ୍କୁ ଇ-ସିଗାରେଟ୍ ଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.