Nokia ର ଏହି ଫୋନ୍ରେ ମିଳିବ ଆଣ୍ଡ୍ରଏଡ୍ ୧୦ ଗୋ ଏଡିସନ୍ର ସପୋର୍ଟ, ଏଚ୍ଏମ୍ଡି ଦେଲେ ସୂଚନା
ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ନୋକିଆ ଏଣ୍ଟ୍ରି ଲେବଲ ଫୋନ୍ରେ ଖୁବ୍ଶୀଘ୍ର ଆଣ୍ଡ୍ରଏଡ୍ ୧୯ ଗୋ ଏଡିସନ୍ର ସର୍ପୋଟ ଦେବାକୁ ଯାଉଛି। ଏନେଇ ଏଚ୍ଏମ୍ଡି ଗ୍ଲୋବାଲର ମୁଖ୍ୟ ଅଧିକାରୀ Juho Sarvikas ନିଜ ଟ୍ଵିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି ଯେ, ନୋକିଆ ୨.୧, ୧ ପ୍ଲସ ଏବଂ ନୋକିଆ ୧ ଖୁବ୍ଶୀଘ୍ର ଆଣ୍ଡ୍ରଏଡ୍ ୧୦ ଗୋ ଏଡିସନ୍ ଅପରେଟିଂ ସିଷ୍ଟମ ଉପରେ କାମ ଆରମ୍ଭ କରିବେ। ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍ ଗ୍ରାହକଙ୍କ ସହ ଆମେ କୌଣସି ପ୍ରକାର ସାଲିସ୍ କରିବୁ ନାହିଁ। ଆଣ୍ଡ୍ରଏଡ୍ ୧୦ ଗୋ ଏଡିସନ୍ର ଏହି ସ୍ମାର୍ଟଫୋନ୍ର ମେମୋରୀ, ପରଫର୍ମାନ୍ସ ସମେତ ଅନ୍ୟାନ୍ୟ ଫିଚରର ସୁରକ୍ଷା ବଢ଼ାଇ ଦିଆଯାଇଛି। ଖୁବ୍ଖୀଘ୍ର କମ୍ପାନୀ ଏହି ନୂତନ ଅପରେଟିଂ ସିଷ୍ଟମ ସମ୍ପର୍କରେ ସୂଚନା ଦେବ।
ନୋକିଆ ୧ ପ୍ଲସ୍ର ଫିଚର
ଏହି ଫୋନ୍ରେ ୯୬୦X୪୮୦ ପିକ୍ସେଲ ରିଜଲ୍ୟୁସନ୍ଯୁକ୍ତ ୫.୪୫ ଇଞ୍ଚର ଡିସ୍ପ୍ଲେ ରହିଛି। ଏଥିସହ ଫୋନ୍ରେ ମିଡିଆଟେକ୍ MT6739 ପ୍ରୋସେସର ସହ PowerVR GE8100 ଜିପିୟୁ ଦିଆଯାଇଛି। ୟୁଜରଙ୍କୁ ଏହି ଫୋନ୍ରେ ୧ ଜିବି ରାମ ସହ ୮ ଜିିବି ଷ୍ଟୋରେଜ ମିଳିବ।
ଏହାସହ ପଢନ୍ତୁ: ଭାରତ ସରକାର ଲଞ୍ଚ୍ କଲେ CEIR, ଏବେ ସିମ୍ ବଦଳାଇଲେ ମଧ୍ୟ ଧରାପଡ଼ିବ ଚୋରି
ନୋକିଆ ୧ ପ୍ଲସ୍ର କ୍ୟାମେରା
ଅନ୍ୟପଟେ କମ୍ପାନୀ ଏହି ଫୋନ୍ର ବ୍ୟାକ୍ରେ ଅଟୋଫୋକସ୍ ଏଲ୍ଇଡି ଫ୍ଲାସ୍ ସହ ୮ ମେଗାପିକ୍ସେଲର କ୍ୟାମେରା ଦେଇଛି। ଏଥିସହ ୟୁଜର୍ସ ୫ ମେଗାପିକ୍ସେଲ କ୍ୟାମେରା ସହ ଉତ୍ତମ ସେଲ୍ଫି ମଧ୍ୟ କ୍ଲିକ୍ କରିପାରିବେ। ନୋକିଆ ୧ ପ୍ଲସ୍ରେ ଆଣ୍ଡ୍ରଏଡ୍ ଗୋ ସମେତ ଆଣ୍ଡ୍ରଏଡ୍ ୯.୦ ପାଇ ଅପରେଟିଂ ସିଷ୍ଟମ୍ର ସୁବିଧା ମଧ୍ୟ ମିଳିବ।