Below header

ପୋଲିସ ବାବୁଙ୍କୁ ଭଲ ଲାଗିଲାନି ନିଜ ବଦଳି ସ୍ଥାନ, ଦୌଡ଼ି ଦୌଡ଼ି ଗଲେ ୬୦ କିମି

ନିଜର ବିରୋଧ ପ୍ରଦର୍ଶନ କରି ରାସ୍ତା ଉପରେ ହରତାଳ କରିବା ବା ଆତ୍ମହତ୍ୟା କରିବା ବା କୌଣସି ହିଂସାକାଣ୍ଡ ପରି ଘଟଣା ଘଟାଇବା ପରି ଘଟଣାମାନ ତ ଆପଣ ବହୁତ ଶୁଣିଥିବେ ଓ ଜାଣିଥିବେ । କିନ୍ତୁ କୌଣସି କଥାକୁ ବିରୋଧ କରି ରାସ୍ତାରେ ଦୌଡିବା ଘଟଣା ହୁଏତ ଆପଣଙ୍କୁ ନୂଆ ଲାଗିପାରେ । ହଁ ଏମିତି ହିଁ ଏକ ଅସାଧାରଣ ଘଟଣା ଘଟାଇ ସାମ୍ନାକୁ ଆସିଛନ୍ତି ଉତ୍ତରପ୍ରଦେଶ ରାଜ୍ୟର ଏକ ପୋଲିସ କର୍ମଚାରୀ । ପ୍ରକୃତରେ ନିଜ ପୋଷ୍ଟିଙ୍ଗକୁ ନେଇ ଖୁସି ନ ଥିବାରୁ ସେ ଏମିତି ଏକ ଅନନ୍ୟ ଶୈଳୀରେ ବିରୋଧ କରିଥିଲେ । କିଛି ଦିନ ତଳେ ସବ- ଇନ୍ସପେକ୍ଟର ବିଜୟ ପ୍ରତାପଙ୍କୁ ଉତ୍ତର ପ୍ରଦେଶର ବୈଠଲୀ ଥାନାକୁ ବଦଳି କରାଯାଇଥିଲା । କିନ୍ତୁ ନିଜର ଏହି ପୋଷ୍ଟିଙ୍ଗକୁ ନେଇ ସବ- ଇନ୍ସପେକ୍ଟର ଜଣକ ଖୁସି ନ ଥିଲେ ।

police

ସେ କହିବା ଅନୁଯାୟୀ ତାଙ୍କୁ ଜବରଦସ୍ତ ଏହି ସ୍ଥାନକୁ ବଦଳି କରାଯାଇଛି । ଏହି କାରଣରୁ ସେ ବିରୋଧ କରିବେ ବୋଲି ଚିନ୍ତା କଲେ । ତେଣୁ କରି ଶୁକ୍ରବାର ଦିନ ତାଙ୍କୁ ପୋଷ୍ଟିଙ୍ଗ କରାଯାଇଥିବା ବୈଠଲୀ ଥାନାରୁ ଦୌଡିବା ଆରମ୍ଭ କରି ୬୦ କିମି ଦୂର ପର୍ଯ୍ୟନ୍ତ ଦୌଡ଼ିଥିଲେ । ଦୌଡ଼ି ଦୌଡ଼ି ଯେବେ ଏହି ପୋଲିସ ଇନ୍ସପେକ୍ଟର ମୁଖ୍ୟ ରାସ୍ତା ଉପରେ ପହଞ୍ଚିଲେ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରାୟ ୪୦ କିମି ଲଗାତାର ଦୌଡିବା ପରେ ପୋଲିସ ଇନ୍ସପେକ୍ଟର ଜଣକ ବେହୋସ ହୋଇ ପଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ଉଠାଇ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସୂଚନା ଅନୁଯାୟୀ ଇନ୍ସପେକ୍ଟର ବିଜୟ ପୂର୍ବରୁ ମଧ୍ୟ ଏହି ପୋଲିସ ଥାନା ଇନଚାର୍ଜରେ ଥିଲେ ।

ଏହା ସହ ପଢନ୍ତୁ: ହାତରେ ତଲଓ୍ଵାର ଧରି ଡ୍ୟାନ୍ସ କରିବାର ନଜର ଆସିଲେ ସ୍ମୃତି ଇରାନୀ

ପରେ ତାଙ୍କୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା । କିନ୍ତୁ ପୁଣି ଥରେ ତାଙ୍କୁ ସେହି ଥାନାକୁ ବଦଳି କରାଯାଇଛି । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ଏକ ସମାଚାର ଏଜେନ୍ସି ଅନୁଯାୟୀ ଇନ୍ସପେକ୍ଟର ଅଫ ପୋଲିସ ତାଙ୍କୁ ବଦଳି କରାଇଥିଲେ । ସ୍ଥାନୀୟ ଏସଏସପି ତାଙ୍କୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରହିବାକୁ କହିଥିଲେ ମଧ୍ୟ ତାଙ୍କୁ ପରେ ବୈଠଲୀ ଥାନାକୁ ବଦଳି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.