ବିନା ଇଣ୍ଟରନେଟରେ ଯେ କୌଣସି ବି ଫୋନରୁ କରନ୍ତୁ ଟଙ୍କା ଟ୍ରାନ୍ସଫର୍ : ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜୀବନକୁ ସରଳ ସୁନ୍ଦର କରିବା ପାଇଁ ମଣିଷ ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଛି । ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଫଳରେ ସ୍ମାର୍ଟଫୋନର ବ୍ୟବହାର କରୁଛି କେବଳ ବ୍ୟବହାର ନୁହେଁ ସ୍ମାର୍ଟଫୋନ ମାଧ୍ୟମରେ ନିଜର କେତେକ ଜରୁରୀ କାର୍ୟ୍ୟ ମଧ୍ୟ କରାଯାଇ ପାରୁଛି । ଡିଜିଟାଲାଇଜେସନ ମଣିଷକୁ ଏକ ନୂଆ ଉପହାର ଭେଟି ଦେଇଛି। ଯାହାଦ୍ବାରା ବ୍ୟାଙ୍କ ନଯାଇ ମଧ୍ୟ ଟଙ୍କା ଯେକୌଣସି ବ୍ଯାଙ୍କ୍ ଆକାଉଣ୍ଟ ଟ୍ରାନ୍ସଫର କରାଯାଇପାରୁଛି । ଏହି ସବୁ କାର୍ୟ୍ୟ ରେ ଇଣ୍ଟରନେଟର ଆବଶ୍ୟକତା ରହିଥାଏ କିନ୍ତୁ ଭାବନ୍ତୁ ତ ଯଦି ଆପଣଙ୍କ ଫୋନରେ ଇଣ୍ଟରନେଟ କନେକ୍ସନ ନଥାଏ ତେବେ ଆପଣ କିପରି ଟଙ୍କା ଟ୍ରାନ୍ସଫର କରିବେ ? ବିନା ଇଣ୍ଟରନେଟରେ ମଧ୍ୟ ଆପଣ ଏହି ସୁବିଧା ପାଇଁ ପାରିବେ ! ଅନେକ ଭାବୁଥିବେ ଏହା କିପରି ସମ୍ଭବ ? ଏହା nuup ଜରିଆରେ ସମ୍ଭବ ହୋଇପାରିଛି । nuup ଅର୍ଥାତ ନ୍ୟାସନାଲ ୟୁନାଇଟେଡ଼ ୟୁସସଡ ଏକ ଏଭଳି ପ୍ଲାଟଫାର୍ମ ଯାହା npci ଦ୍ୱାରା ପ୍ରସ୍ତୁତ କରାଯାଇଛି ।  ଯାହା ମାଧ୍ୟମରେ ବ୍ୟବହାରକାରୀଙ୍କ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଯୋଡି ଥାଏ । ଯାହାଦ୍ୱରା ବ୍ୟବହାରକାରୀ ନିଜ ଆକାଉଣ୍ଟରେ ବାଲାନ୍ସ ଚେକ କରିବା ସହ ମିନି ଷ୍ଟେଟମେଣ୍ଟ ବାହାର କରି ପାରିବେ। ଏଥିସହ ମନି ଟ୍ରାନ୍ସଫର ମଧ୍ୟ କରି ପାରିବେ । ତେବେ ଏହି ସେବା ପାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ upi ପିନ ସେଟ କରିବାକୁ ପଡିବ । ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ନମ୍ବର ଲିଙ୍କ ହେବା ମଧ୍ୟ ଆବଶ୍ୟକ ।

ଏହା ସହ ପଢନ୍ତୁ କେବଳ ୧୦ ଟଙ୍କାରେ କରନ୍ତୁ ଭାଙ୍ଗିଥିବା ମୋବାଇଲକୁ ଠିକ୍

କେମିତି ୟୁପିଆଇ ସେଟ କରିବେ ? 

ପ୍ରଥମ ପ୍ରଣାଳୀ

– ପ୍ରଥମେ ମୋବାଇଲ *୯୯# ଡାଏଲ କରନ୍ତୁ ।

– ଏହା ପରେ ଆପଣଙ୍କୁ  Welcome to USSD ପପ୍ ସୋ କରିବା , ଯେଉଁଠି ଆପଣଙ୍କୁ ok କ୍ଲିକ କରିବାକୁ ପଡିବ ।

– ଏହା ପରେ ମୋବାଇଲ ସ୍କ୍ରିନରେ ବ୍ୟାଙ୍କ ସହ ଜଡିତ ବିଭିନ୍ନ ତଥ୍ୟ ସୋ କରିବ, ଏଠାରେ ଆପଣଙ୍କୁ UPI ପିନ ସେଟରେ କ୍ଲିକ କରିବାକୁ ପଡିବ ।

– ବର୍ତମାନ ଆପଣ Set/Forgot Pin ଚୟନ କରନ୍ତୁ ।

-ଏବେ ଆପଣଙ୍କୁ ନିଜ ଡେବିଟ୍ କାର୍ଡର ଶେଷ ୬ ଅଙ୍କ ଏଣ୍ଟର କରନ୍ତୁ । ସ୍ପେସ ଦେଇ ଡେବିଟ୍ କାର୍ଡ ଏକ୍ସପେରି ଡେଟ ଏଣ୍ଟର କରି
– ୟୁପିଆଇ ପିନ ସେଟ କରନ୍ତୁ ;

ଦ୍ୱିତୀୟ ପ୍ରଣାଳୀ

– ଯଦି ମୋବାଇଲ ରେ *୯୯# ଡାଏଲ କରିବା ପରେ ଭାଷା ଚୟନ କରିବାକ ଅପ୍ସନ ଆସେ ତେବେ ପ୍ରଥମେ ଭାଷା ଚୟନ କରନ୍ତୁ ।

– ଏହା ପରେ ଆପଣଙ୍କ ବ୍ୟାଙ୍କର ନାମ ଓ IFSC କୋଡ଼ ଏଣ୍ଟର କରିବାକୁ ନିର୍ଦେଶ ଆସିବ।  ନିର୍ଦେଶ ଅନୁଯାୟୀ ତଥ୍ୟ ଏଣ୍ଟର କରନ୍ତୁ ।

-ଏହା ପରେ ଆପଣଙ୍କ ମୋବାଇଲ ସ୍କ୍ରିନରେ ମେନୁ ଆସିବ , ଯେଉଁଠି ଏବେ ଆପଣଙ୍କୁ ନିଜ ଡେବିଟ୍ କାର୍ଡର ଶେଷ ୬ ଅଙ୍କ ଏବଂ ସ୍ପେଶ୍ ଦେଇ କାର୍ଡ ଏକ୍ସପେରି ଡେଟ ଏଣ୍ଟର କରନ୍ତୁ ।

-ଏହା ପରେ ଆପଣଙ୍କୁ ପିନ ସେଟ କରିବାକୁ ହେବ

କେମିତି ପାଇ ପାରିବେ ବ୍ୟାଙ୍କର ସମସ୍ତ ସୂଚନା

ପିନ ସେଟ କରିବା ପରେ ଆପଣଙ୍କୁ ପୁଣି ଥରେ *୯୯# ଡାଏଲ କରନ୍ତୁ ।  ଏହା ପରେ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ମୋବାଇଲ ସ୍କ୍ରିନ ରେ ଆସିବ।

– ସର୍ବ ପ୍ରଥମେ ସେଣ୍ଡ ମନି ଚୟନ କରନ୍ତୁ । ଯାହା ଦ୍ୱାରା ଆପଣ ଯେକୌଣସି ବ୍ୟକ୍ତିଙ୍କୁ ମୋବାଇଲ ନମ୍ବର , ଆଧାର ନମ୍ବର , ଆକାଉଣ୍ଟ ନମ୍ବର ଦ୍ୱାରା ଟଙ୍କା ଟ୍ରାନ୍ସଫର କରି ପାରିବେ।

– ଯଦି ଆପଣ ମୋବାଇଲ ନମ୍ବର ଚୟନ କରୁଛନ୍ତି ତେବେ ଧ୍ୟାନ ରଖନ୍ତୁ ସେହି ବ୍ୟକ୍ତିଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ଦରକାର । ଏହା ପରେ ପରିମାଣ ଏଣ୍ଟର କରନ୍ତୁ ।

– ଏହା ପରେ ଆପଣଙ୍କୁ UPI ପିନ ଏଣ୍ଟର କରିବାକୁ ପଡିବ । ଯାହା ପରେ ଆପଣଙ୍କୁ ପେମେଂଟ କନଫର୍ମେସନ ଆସିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.