Below header

ବରୁଣ ଧଓ୍ଵନଙ୍କ ସହ ବଲିଉଡ୍‌ ଡ୍ୟାନ୍ସ କଲେ WWE ଷ୍ଟାର, ଭାଇରାଲ ହେଲା ଭିଡିଓ

ଆକ୍ଟର ବରୁଣ ଧଓ୍ଵନଙ୍କର ଫିଲ୍ମ ବ୍ୟତୀତ WWE ର ମଧ୍ୟ ଖୁବ୍‌ ସୌକ୍‌ ରହିଛି। ବରୁଣ ଅନେକ ଥର ହଲିଉଡ୍‌ ସୁପରଷ୍ଟାର ଏବଂ ଦ ରାଂକ ର ମିମିକ୍ରୀ କରି ପ୍ରମାଣିତ କରିସାରିଛନ୍ତି। ବରୁଣ ଦ ରକ୍‌ ଅଫ୍‌ ଡେ୍ଵନ ଜନସନ୍‌ଙ୍କର ମଧ୍ୟ ବହୁତ ବଡ ଫ୍ୟାନ। କିଛି ଦିନ ତଳେ ବରୁଣ WWE ମହିଳା ଚ୍ୟାମ୍ପିୟନ ସାର୍ଲେଟ ଫ୍ଲେୟରଙ୍କ ସହ ମଧ୍ୟ ସାକ୍ଷାତକାର କରିଛନ୍ତି। ଦୁଇ ଜଣଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରୁଣ ଏବଂ ସାର୍ଲେଟଙ୍କୁ ବଲିଉଡ୍‌ ଡ୍ୟାନ୍ସ ଶିଖାଉଛନ୍ତି। ଫ୍ଲେୟର ସାର୍ଲେଟ ଏହି ଭିଡିଓକୁ ଟ୍ଵିଟ୍‌ କରି ଲେଖିଛନ୍ତି ‘ସାଲ୍ସା ଡ୍ୟାନ୍ସ ତ ନୁହେଁ କିନ୍ତୁ ମୁଁ କିଛି ବଲିଉଡ୍‌ ଡ୍ୟାନ୍ସ ନିଶ୍ଚିନ୍ତ ସିଖିଛି, ଧନ୍ୟବାଦ ବରୁଣ ଧଓ୍ଵନ ମତେ ବଲିଉଡ୍‌ ପାଇଁ ପ୍ରସ୍ତୁତ କରିଥିବାରୁ। ପ୍ଲେୟାରଙ୍କର ଏହି ଟ୍ଵିଟ୍‌ ରେ ବରୁଣ ଖୁସି ହୋଇ କହିଛନ୍ତି ମୁଁ ମଧ୍ୟ ଆପଣଙ୍କ ସହ ସାକ୍ଷାତ କରି ବହୁତ ଖୁସି ଅଛି।’

varun1

ଏହାସହ ପଢନ୍ତୁ: ୩ଟି ଅଣ୍ଡା ପାଇଁ ମ୍ୟୁଜିକ୍‌ ଡାଇରେକ୍ଟର ଶେଖର ଦେଲେ ୧୬୭୨ ଟଙ୍କା, ଭାଇରାଲ ହେଲା ବିଲ୍‌

ରିପୋର୍ଟ ଅନୁଯାୟୀ ଫ୍ଲେୟର ବରୁଣ ଧଓ୍ଵନଙ୍କ ସହ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସର ଅଡିରେ ନଜର ଆସିବେ। ଏଥିପାଇଁ ବରୁଣ କହିଛନ୍ତି ମୁଁ ଫ୍ଲେୟରଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଅଛି ଏବଂ ଏହି ଫିଲ୍ମର ଗୋଟିଏ ଫ୍ଲେୟର ନିଶ୍ଚିନ୍ତ ପରଫର୍ମ କରିବା କଥା କହିଛନ୍ତି ବରୁଣ। ସୂଚନା ଅନୁଯାୟୀ ଏହି ଫିଲ୍ମକୁ ରେମୋ ଡିସୁଜା ନିର୍ଦ୍ଦେଶନା କରିଛନ୍ତି। ଷ୍ଟ୍ରିଟ୍‌ ଡ୍ୟାନ୍ସର ଅଡି ରେ ବରୁଣଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ନୋରା ଫତେହୀ ଏବଂ ପ୍ରଭୁ ଦେବା ମଧ୍ୟ ନଜର ଆସିବେ। ରେମୋ ଏହା ପୂର୍ବରୁ ବରୁଣ ଧଓ୍ଵନଙ୍କ ସହ ଏବିସିଡି ୨ ରେ କାମ କରିଥିଲେ। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.