Below header

ବିଧାନସଭାରେ ଗାନ୍ଧୀଙ୍କୁ ନେଇ ଭୁଲ ତଥ୍ୟ ପ୍ରକାଶ କୁ ନେଇ ଅଡୁଆରେ ସରକାର, ଏହି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି

ଭୁବନେଶ୍ବର: ବିଧାନସଭାରେ ଗାନ୍ଧୀଙ୍କୁ ନେଇ ଭୁଲ ତଥ୍ୟ ପ୍ରକାଶ କୁ ନେଇ ଅଡୁଆରେ ସରକାର। ଏହି ପ୍ରସଙ୍ଗରେ ସରକାରଙ୍କୁ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ନେଇ ପ୍ରସ୍ତୁତ ପ୍ରଚାରପତ୍ରରେ ଗାନ୍ଧୀଜୀଙ୍କ ମୃତ୍ୟୁ ଆକସ୍ମିକ ବୋଲି ଉଲ୍ଲେଖ ରହିଛି। ଏନେଇ ଗତକାଲି ପ୍ରଶ୍ନକାଳରେ ଏ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା। ଦଳମତ ନିର୍ବିଶେଷରେ ଏହାକୁ ନିନ୍ଦା କରାଯାଉ ବୋଲି ଦାବି କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ବ୍ରୋଚର ପ୍ରତ୍ୟାହାର କରିବା ସହ ଏହା କିପରି ପ୍ରକାଶ ପାଇଲା ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେପଟେ ଆଜି ବିଧାନସଭାରେ ଗୃହୀତ ହେବ ହିନ୍ଦୁ ଧାର୍ମିକ ଦେବୋତ୍ତର ସଂଶୋଧନ ବିଲ ୨୦୧୯। ଗତକାଲି ଏହା ବିଧାନସଭାରେ ଆଗତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.