Below header

ଲୋକସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ,୨୦୧୯ରେ ଜନତା ବନାମ ମେଣ୍ଟର ହେବ ଲଢ଼େଇ

ନୂଆଦିଲ୍ଲୀ (କେନ୍ଯୁଜ୍) : ଲୋକସଭା ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ୨୦୧୯ରେ ଜନତା ବନାମ ମେଣ୍ଟର ହେବ ଲଢ଼େଇ । ସେ କହିଛନ୍ତି, ମୋଦି ଲୋକଙ୍କ ଭଲପାଇବା ଓ ଆଶୀର୍ବାଦର ଅଭିବ୍ୟକ୍ତି । କିଏ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରୁଛି ଓ କିଏ ବାଧା ସୃଷ୍ଟି କରୁଛି ତାଙ୍କ ମଧ୍ୟରେ ଟକ୍କର ହେବ । ଜନତା ରାୟ ଦେବେ ବୋଲି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ବିଜେପି ୧୮୦ରୁ ଅଧିକ ଲୋକସଭା ଆସନ ଜିତି ପାରିବ ନାହିଁ ବୋଲି ଚର୍ଚ୍ଚା ଉପରେ ବି ସେ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ରେ ବି ଏଭଳି ଚର୍ଚ୍ଚା ହେଉଥିଲା । ଦେଶବାସୀଙ୍କ ବୁଦ୍ଧିମତା ଉପରେ ତାଙ୍କର ଭରସା ରହିଛି । ଏହାବ୍ୟତୀତ ମହାମେଣ୍ଟ ଉପରେ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କ ମଧ୍ୟରେ ଏକତା ନାହିଁ । କେବଳ ନିଜକୁ ବଞ୍ଚାଇବା ପାଇଁ ମହାମେଣ୍ଟ କରୁଛନ୍ତି । ୯୫ ମିନିଟର ସାକ୍ଷାତକାରରେ ରାମମନ୍ଦିରରୁ ବିମୁଦ୍ରୀକରଣ, ସର୍ଜିକାଲ୍ ଷ୍ଟ୍ରାଇକରୁ ଗଙ୍ଗା ସଫେଇ ଅଭିଯାନ, ଚୀନ୍ ଓ ପାକିସ୍ତାନ ସହ କୁଟନୈତିକ ଆଲୋଚନା ସହ ଆଗାମୀ ନିର୍ବାଚନ ଉପରେ ମତ ରଖିଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.