ଜମ୍ମୁ କଶ୍ମୀରରେ ପ୍ରବଳ ତୁଷାରପାତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କଶ୍ମୀରରେ ପ୍ରବଳ ତୁଷାରପାତ। ରାଜ୍ୟର ବିଭିନ୍ନ ସ୍ଥାନ ସହ ଲଦାଖରେ ଜାରି ରହିଛି ତୁଷାରପାତ। ଆଗାମୀ ୪ତାରିଖ ପର‌୍ୟ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ ବୋଲି କୁହାଯାଇଛି। ପ୍ରବଳ ବରଫପାତ ଫଳରେ ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକ ଫସି ରହିଛି। ଅନେକ ଯାନବାହାନ ସ୍ୱାଭାବିକ କରିବା ପାଇଁ ସ୍ଥାନରେ ରାସ୍ତାରୁ ବରଫ ସଫା କରାଯାଉଛି। ରେଳ ଓ ବିମାନସେବା ବାଧାପ୍ରାପ୍ତ ହୋଇଛି। ସାରାରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଶ୍ରୀନଗରର ତାପମାତ୍ରା ମାଇନସ ୪.୨ ଡିଗ୍ରୀ ରହିଥିବା ବେଳେ କୁପୱାରାର ତାପମାତ୍ରା ମାଇନସ ୫.୪ ଡିଗ୍ରୀ ରହିଛି। କାର୍ଗିଲ ସର୍ବନିମ୍ନ ତାପମାତ୍ରା ମାଇନସ ୧୭.୩ଡିଗ୍ରୀ ରେକର୍ଡ କରାଯାଇଛି।