ଝୁଲା ପୋଲ ଛିଣ୍ଡିିବା ଘଟଣା: ଆଜି ମୋର୍‌ବୀ ଯିବେ ପ୍ରଧାନମନ୍ତ୍ରୀ, ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଗିରଫ

ଗୁଜରାଟ : ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଝୁଲା ପୋଲ ଛିଣ୍ଡିିବା ଘଟଣାରେ ମୃତ୍ୟୁ ସଂଖା ୧୪୧କୁ ବୃଦ୍ଧି ପାଇଛି । ଜାରି ରହିଛି ସର୍ଚ୍ଚ ଅପରେସନ । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ମୋରବୀ ବ୍ରିଜ୍‌ ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟମାନଙ୍କ ମଧ୍ୟରେ ଟିକେଟ୍‌ କଲେକ୍ଟର, ବ୍ରିଜ୍‌ ମରାମତି କରିଥିବା କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ।

ରବିବାର ସଂଧ୍ୟା ୬ଟା ୪୦ମିନିଟରେ ଛିଡ଼ିପଡ଼ିଥିଲା ପୋଲ । ରବିବାର ଓ ଛଠ୍‌ ପୂଜା ପାଇଁ ଜମିଥିଲା ଲୋକଙ୍କ ଭିଡ଼। ଝୁଲା ପୋଲ ଉପରେ ଅଧିକ ଲୋକ ହେବାରୁ ଭାର ସମ୍ଭାଳି ନପାରି ଛିଡ଼ି ପଡ଼ିଥିଲା। ଦୁର୍ଘଟଣା ବେଳେ ପୋଲ ଉପରେ ପ୍ରାୟ ୪ଶହ ଲୋକ ଥିଲେ। ପାଣିରେ ପଡ଼ିବା ପରେ କିଛି ଲୋକ ବ୍ରିଜ୍‌ କେବଲକୁ ଧରି ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମିଳିଛି। ବ୍ରିଜ ଉପରେ ମଉଜ କରୁଥିବାରୁ ଛିଡ଼ି ପଡ଼ିଛି ପୋଲ। ଆଜି ମୋରବୀ ଗସ୍ତ କରି ବ୍ରିଜ ଅନୁଧ୍ୟାନ କରିବା ସହ ହସ୍‌ପିଟାଲରେ ଗୁରୁତରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ। ସେହିପରି ଦୁର୍ଘଟଣା ପାଇଁ ଆସନ୍ତାକାଲି ଗୁଜରାଟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।