ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ: ଗୁଜରାଟ ବ୍ରିଜ୍ ଟ୍ରାଜେଡିରେ ଛାତିଫଟା କାହାଣୀ, ହାତ ଧରାଧରି ହୋଇ ଚାଲିଗଲେ ତିନି ଭାଇ

ଗୁଜରାଟ : ରବିବାର କାଳ ସଂଧ୍ୟାକୁ ନେଇ ସବୁଠି ଚର୍ଚ୍ଚା । ମୃତକଙ୍କ ପରିବାରରେ ଶୋକର ଛାୟା । ଗୁଜରାଟ ବ୍ରିଜ୍ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି ତିନି ଭାଇ । ସେମାନେ ହେଲେ ଚିରାଗ ମୁଛଦୟା, ଧାର୍ମିକ ଓ ଚେତନ । ଚିରାଗର ବୟସ ୨୦ ହୋଇଥିବା ବେଳେ ଧାର୍ମିକର ବୟସ ୧୭ ଓ ଚେତନର ବୟସ ୧୫ । ଦୀପାବଳି ପାଇଁ ସ୍କୁଲ ଛୁଟି ଥିବାରୁ ସେମାନେ ଝୁଲା ପୋଲ ବୁଲିବାକୁ ଯାଇଥିଲେ । ସେମାନେ ପୋଲ ଉପରେ ଫଟୋ ଉଠାଇଥିଲେ ।
ସେହିପରି, ଆଜି ମୋରବୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ମୋରବୀର ମଚ୍ଛୁ ନଦୀରେ ଜାରି ରହିଛି ସର୍ଚ୍ଚ ଅପରେସନ। ଏବେ ବି ଅନେକ ନିଖୋଜ ଥିବା ସନ୍ଦେହ କରାଯାଉଛି। ଝୁଲା ପୋଲ ଛିଣ୍ଡିିବା ଘଟଣାରେ ମୃତ୍ୟୁ ସଂଖା ୧୪୧କୁ ବୃଦ୍ଧି ପାଇଛି । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି। ମୋରବୀ ବ୍ରିଜ୍ ଦୁର୍ଘଟଣାରେ କମ୍ପାନୀ ଓରେଭା ମ୍ୟାନେଜର ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟମାନଙ୍କ ମଧ୍ୟରେ ଟିକେଟ୍ କଲେକ୍ଟର, ବ୍ରିଜ୍ ମରାମତି କରିଥିବା କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ।
ଗତ ମାର୍ଚ୍ଚ ମାସରେ ଓରେଭାକୁ ଦାୟିତ୍ୱ ଦିଆଯାଇଥିଲା। ମରାମତି ପାଇଁ ୮ରୁ ୧୨ ମାସ ଲାଗିବା କଥା। କିନ୍ତୁ ୭ ମାସ ପରେ ବ୍ରିଜ୍କୁ ଖୋଲି ଦିଆଯାଇଥିଲା। ମୋରବୀ ମ୍ୟୁନ୍ସିପିଲାଟି ତରଫରୁ କୁହାଯାଇଛି, ଅନୁମତି ନ ନେଇ ବ୍ରିଜ ଖୋଲାଯାଇଥିଲା। ସୁରକ୍ଷା ଯାଞ୍ଚ ହୋଇ ନଥିଲା। ଫିଟ୍ନେସ୍୍ ସାର୍ଟିଫିକେଟ୍ ନଥାଇ ଖୋଲିଥିଲା ବ୍ରିଜ୍। ଗତ ସପ୍ତାହରୁ ବ୍ରିଜ୍ ଖୋଲିଥିଲା। ପ୍ରଶାସନ ଜାଣି ପାରିଲା ନାହିଁ କେମିତି। ୧୩୪ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କେମିତି ଭୁଶୁଡ଼ିଲା ଝୁଲାପୋଲ? ବର୍ତ୍ତମାନ ଏସଆଇଟି ଏହାର ତଦନ୍ତ ଆରମ୍ଭ କରିଛି। ବ୍ରିଜ ମରାମତି ଓ ପୁନଃନିର୍ମାଣ ପରେ ଏହାକୁ ୫ଦିନ ତଳେ ଖୋଲିଦିଆଯାଇଥିଲା। ଏନେଇ କିନ୍ତୁ ମୋରବୀ ନଗରପାଳିକା ପକ୍ଷରୁ କୌଣସି ଅନୁମତି ନିଆଯାଇନଥିଲା।
ସୂଚନା ଥାକି, ଗତ ରବିବାର ସଂଧ୍ୟା ୬ଟା ୪୦ମିନିଟରେ ଛିଡ଼ିପଡ଼ିଥିଲା ପୋଲ ।ରବିବାର ଓ ଛଠ୍ ପୂଜା ପାଇଁ ଜମିଥିଲା ଲୋକଙ୍କ ଭିଡ଼। ଝୁଲା ପୋଲ ଉପରେ ଅଧିକ ଲୋକ ହେବାରୁ ଭାର ସମ୍ଭାଳି ନପାରି ଛିଡ଼ି ପଡ଼ିଥିଲା। ଦୁର୍ଘଟଣା ବେଳେ ପୋଲ ଉପରେ ପ୍ରାୟ ୪ଶହ ଲୋକ ଥିଲେ। ପାଣିରେ ପଡ଼ିବା ପରେ କିଛି ଲୋକ ବ୍ରିଜ୍ କେବଲକୁ ଧରି ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମିଳିଛି। ବ୍ରିଜ ଉପରେ ମଉଜ କରୁଥିବାରୁ ଛିଡ଼ି ପଡ଼ିଛି ପୋଲ। ଆଜି ମୋରବୀ ଗସ୍ତ କରି ବ୍ରିଜ ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ଗୁରୁତରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।ସେହିପରି ଦୁର୍ଘଟଣା ପାଇଁ ଆସନ୍ତାକାଲି ଗୁଜରାଟରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।