Below header

ପ୍ରୟାଗରାଜରୁ ବାରଣାସୀ : ଗଙ୍ଗା ନଦୀରେ ବୋଟରେ ଚଢି ପ୍ରିୟଙ୍କା ଗାନ୍ଧୀଙ୍କ ଅଭିନବ ପ୍ରଚାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ରାଜନୀତି ଏବେ ସରଗରମ। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଅଭିନବ ପ୍ରଚାର । ଗତକାଲି ପ୍ରିୟଙ୍କା ଗାନ୍ଧୀ ପ୍ରୟାଗରାଜରୁ ଗଙ୍ଗା ନଦୀରେ ବୋଟରେ ଚଢି ପ୍ରଚାର ଅଭିଯାନ ଆରମ୍ଭ କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପ୍ରୟାଗରାଜରୁ ବାରଣାସୀ ମଧ୍ୟରେ ଗଙ୍ଗା ନଦୀରେ ଦୂରତା ହେଉଛି ପ୍ରାୟ ୧୧୨ କିଲୋମିଟର। ଏହାକୁ ପ୍ରିୟଙ୍କା ତିନି ଦିନ ମଧ୍ୟରେ ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିବେ। ବୋଟ ଚଢ଼ି ପ୍ରଚାର ବେଳେ ପ୍ରିୟଙ୍ଗା ଗାନ୍ଧୀ ଅନେକ ସ୍ଥାନରେ ଅଟକି ଲୋକଙ୍କୁ ମୋଦୀ ସରକାରଙ୍କ କୁଶାସନ ସଂପର୍କରେ ଅବଗତ କରାଉଛନ୍ତି। କହିଛନ୍ତି, କଂଗ୍ରେସ ୭୦ ବର୍ଷ ହେଲା କିଛି କରିନଥିବା ବାରଂବାର କହୁଥିବା ବିଜେପିର ଏହି ମନ୍ତବ୍ୟ ଏବେ ଏକ୍ସପାରୀ ହୋଇଗଲାଣି। ବିଜେପିର ତାରିଖ ମଧ୍ୟ ଏକ୍ପପାରୀ ହୋଇଗଲାଣି ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ପ୍ରିୟଙ୍କାଙ୍କ ଅଭିନବ ପ୍ରଚାରକୁ ପିକ୍‌ନିକ୍‌ ବୋଲି କହିଛି ବିଜେପି । ଏହା ଉପରେ ମଧ୍ୟ ପ୍ରିୟଙ୍କା ଜବାବ୍‌ ରଖିଛନ୍ତି। ପୂର୍ବ ଉତ୍ତରପ୍ରଦେଶର କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ କଡା ସମାଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.