କାଲି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ
କାଲି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁରତ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଦଣ୍ଡାଦେଶ ବିରୋଧରେ ଅପିଲ କରିପାରନ୍ତି ବୋଲି ଜଣାପଡ଼ିଛି। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡ କରିଛନ୍ତି ସୁରତ ସେସନ୍ସ କୋର୍ଟ।

ନୂଆଦିଲ୍ଳୀ : କାଲି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁରତ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଦଣ୍ଡାଦେଶ ବିରୋଧରେ ଅପିଲ କରିପାରନ୍ତି ବୋଲି ଜଣାପଡ଼ିଛି। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡ କରିଛନ୍ତି ସୁରତ ସେସନ୍ସ କୋର୍ଟ।
୨୦୧୯ର ମାମହାନି ମାମଲାରେ ମାର୍ଚ୍ଚ ୨୩ ତାରିଖରେ ଦଣ୍ଡାଦେଶ କରିଛନ୍ତି କୋର୍ଟ। ରାୟ ପ୍ରକାଶ ପାଇବା ପରେ କେରଳର ୱାୟନାଡ ଆସନରୁ ସାଂସଦ ଥିବା ରାହୁଲଙ୍କ ଲୋକସଭା ସଭ୍ୟପଦ ରଦ୍ଦ ହୋଇଛି। ରାୟକୁ ବିରୋଧରେ ଆବେଦନ କରିବାକୁ ୩୦ଦିନ ମହଲତ ଦେଇଛନ୍ତି କୋର୍ଟ। ଉଚ୍ଚ ନ୍ୟାୟାଳୟ ସେସନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଲେ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।
ଏହା ସହ ପରବର୍ତ୍ତୀ ୬ବର୍ଷ ପାଇଁ ସେ ନିର୍ବାଚନ ଲଢିପାରିବେ ନାହିଁ। ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିରେ ମୋଦିଙ୍କ ସାଙ୍ଗିଆକୁ ନେଇ ବୟାନ ରଖିଥିଲେ ରାହୁଲ। ଏନେଇ ସୁରତ ପଶ୍ଚିମର ବିଧାୟକ ପୂର୍ଣ୍ଣେଶ ମୋଦି ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।