Below header

ଟ୍ରେନ୍‌ ଇଞ୍ଜିନ୍‌ରେ ଯାତ୍ରା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦେଖନ୍ତୁ ଭିଡିଓ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ନୂଆ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଟ୍ରେନ୍‌ ଇଞ୍ଜିନ୍‌ରେ ଯାତ୍ରା କରୁଥିବା ଦେଖାଯାଇଛି। ରିପୋର୍ଟ ମୁତାବକ, ଶୁକ୍ରବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ନଗର ରେଲୱେ ଲାଇନ୍‌ର ନିରୀକ୍ଷଣ କରିଛନ୍ତି। ଏଥିସହ ସେ ଲୋକୋ ମୋଟିଭ୍‌ ପାଇଲଟ୍‌ଙ୍କ ସହ ରେଳ ଇଞ୍ଜିନ୍‌ରେ ଯାତ୍ରା କରିଛନ୍ତି।


ଭିଡିଓରେ ରେଳ ମନ୍ତ୍ରୀ ଲୋକୋ ପାଇଲଟ ଅର୍ଥାତ୍‌ ଡ୍ରାଇଭରଙ୍କ ଠାରୁ ଟ୍ରେନ୍‌ ଚାଳନା ଓ ଟ୍ରାକ୍‌ ସମ୍ବନ୍ଧୀୟ ଜ୍ଞାନ ନେଉଥିବା ଦେଖାଯାଇଛି। ଏ ଅବସରରେ ସେ ଟ୍ରେଳ ଚଳାଚଳ ବେଳେ ଉପୁଜିଥିବା ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବଡ଼ନଗର ରେଳ ଷ୍ଟେସନ୍‌ର ଉଦ୍‌ଘାଟନ୍‌ କରିଛନ୍ତି। ଏହି ଷ୍ଟେସନ୍‌ରେ ନରେନ୍ଦ୍ର ମୋଦି ଦିନେ ଚା’ ବିକୁଥିଲେ। ତେବେ ରେଳ ମନ୍ତ୍ରୀ ବଡ଼ନଗର ରେଲୱେ ଷ୍ଟେସନ୍‌ରେ ଏକ ସେଲ୍ଫି ମଧ୍ୟ ନେଇଛନ୍ତି। ବୈଷ୍ଣବ ନିଜ ସେଲ୍ଫିକୁ ଟ୍ଵିଟରରେ ସେୟାର କରିଛନ୍ତି ଓ କ୍ୟାପସନ୍‌ରେ ଲେଖିଛନ୍ତି, ଗାନ୍ଧୀ ନଗର କ୍ୟାପିଟାଲ ରେଲେଓ୍ଵ ଷ୍ଟେସନ୍‌ ଦେଶର ଆକାଂକ୍ଷା ଓ ପିଏମ୍‌ ନରେନ୍ଦ୍ର ମୋଦିକ ସ୍ୱପ୍ନକୁ ସାକାର କରିବା ଭଳି ପ୍ରୋଜେକ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.