Below header

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ, ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ । ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାଣ ପ୍ରତିଷ୍ଠା ବେଳେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବର୍ଷା ହେଲା ।

ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ଶ୍ରୀରାମ । ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କଲେ । ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ। ୫୦୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଭୁ ଶ୍ରୀରାମ ନିଜର ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି । ପ୍ରାଣ ପ୍ରତିଷ୍ଠା ବେଳେ ଆକାଶ ମାର୍ଗରୁ ହେଲା ହେଲିକପ୍ଟରରେ ପୁଷ୍ପ ବର୍ଷା । ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି କଲେ ପ୍ରଧାନମନ୍ତ୍ରୀ ମୋଦି ।  ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨ ସେକେଣ୍ଡ ଶୁଭ ମୁହୂର୍ତ୍ତ ରହିଥିଲା ।

ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ମିନିଟ ୩୨ ସେକେଣ୍ଡ ଶୁଭ ମୁହୂର୍ତ୍ତ ରହିଥିଲା ।

ତେବେ ମନ୍ଦିର ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ହୃଦୟ ଖୋଲି ଦାନ କରିଛନ୍ତି । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୧୧୦୦ କୋଟି ଟଙ୍କା ବ୍ୟୟ ହୋଇ ସାରିଛି । ସମ୍ପୂର୍ଣ୍ଣ ନିର୍ମାଣ କାମ ଶେଷ ହେବା ପାଇଁ ଆଉ ୩୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି । ମନ୍ଦିର ନିର୍ମାଣ ନେଇ ୨୦୨୧ ଜାନୁଆରୀ ୧୪ରୁ ଫେବ୍ରୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଦାନ ଗ୍ରହଣ କରାଯାଇଥିଲା । ଏହି ୪୫ ଦିନ ମଧ୍ୟରେ ସଂଗୃହୀତ ହୋଇଥିଲା ୨୫୦୦ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.