Below header

ମୁମ୍ବାଇ: ଚିକେନ୍‌ ତରକାରୀରୁ ବାହାରିଲା ମୂଷା, ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚିକେନ୍‌ ତରକାରୀରେ ମୂଷା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଫେମସ୍‌ ହୋଟେଲରେ ଚିକେନ୍‌ ତରକାରୀରୁ ବାହାରିଛି ମୂଷା ମାଂସ।

ଚିକେନ୍‌ ତରକାରୀରେ ମୂଷା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଫେମସ୍‌ ହୋଟେଲରେ ଚିକେନ୍‌ ତରକାରୀରୁ ବାହାରିଛି ମୂଷା ମାଂସ। ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏ ସମ୍ପର୍କରେ ଗ୍ରାହକ ପୋଲିସରେ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ମୁତାବକ, ହୋଟେଲଟି ବାନ୍ଦ୍ରାର ପାଲି ହିଲ୍‌ ଅଞ୍ଚଳରେ ରହିଛି। ଏଠାରେ ଜଣେ ଗ୍ରାହକ ଖାଇବାକୁ ଆସିଥିବା ବେଳେ ତାଙ୍କ ଖାଦ୍ୟରୁ ଏକ ମୂଷା ବାହାରିଥିଲା। ଚିକେନ୍‌ ତରକାରୀରୁ ମୂଷା ବାହାରିବା ପରେ ସେ ହୋଟେଲ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ଗ୍ରାହକଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୨୭୨, ୩୩୬ ଓ ୩୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଅନୁରାଗ ସିଂ ନିଜ ସାଙ୍ଗମାନଙ୍କ ସହିତ ଖାଦ୍ୟ ଖାଇବା ପାଇଁ ବାନ୍ଦ୍ରା ପଶ୍ଚିମର ପାଲି ହିଲ୍‌ସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେ ରୁଟି ସହିତ ଚିକେନ୍‌ ଓ ମଟନ ଥାଳି ମଗାଇଥିଲେ। ଖାଇବା ସମୟରେ ତାଙ୍କୁ ଏକ ଅଜବ ପ୍ରକାରର ମାଂସ ଖଣ୍ଡ ଦେଖାଯାଇଥିଲା। ଏହାକୁ ପାଖରୁ ଦେଖିବା ପରେ ଜଣାପଡ଼ିଥିଲା ଯେ ଏହା ଏକ ମଲା ମୂଷା।

ଏ ବିଷୟରେ ଯେତେବେଳେ ଅନୁରାଗ ହୋଟେଲ ମ୍ୟାନେଜରଙ୍କୁ ପଚାରିଥିଲେ, ସେ କଥାକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଥିଲେ। ଏହାପରେ ଅନୁରାଗ ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.