ତୁଳସୀ ଗଛ ସହ ଏସବୁ ଗଛକୁ ଭୁଲ ଦିଗରେ ଲଗାନ୍ତୁ ନାହିଁ, ନଚେତ ହୋଇଯିବେ ଲକ୍ଷ୍ମୀଛଡ଼ା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ସଠିକ ଦିଗରେ ଥିବା ଗଛ ଘର ଭିତରକୁ ସକରାତ୍ମକ ଶକ୍ତି ପ୍ରବେଶ କରାଇଥାନ୍ତି। ଯାହା ଘରେ ସଫଳତା, ପ୍ରଗତି ଏବଂ ସମୃଦ୍ଧି ଆଣିଥାଏ । ଅନ୍ୟପକ୍ଷରେ ଯଦି ସେମାନଙ୍କୁ ଭୁଲ ଦିଗରେ ରଖାଯାଏ ତେବେ ସେମାନେ ଦାରିଦ୍ର୍ୟ ସୃଷ୍ଟି କରନ୍ତି । ଏମିତିରେ ସମସ୍ତଙ୍କ ଘର ବାହାରେ ତୁଳସି ଗଛ ତ ରହିଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ପାଖରେ କିଛି ନିର୍ଦ୍ଧିଷ୍ଟ ଗଛ ରଖିବାକୁ ବାରଣ କରାଯାଇଛି । ଏହାସହ କିଛି କାମ କରିବାକୁ ଏଠାରେ ମଧ୍ୟ ବାରଣ କରାଯାଇଛି । ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ସଠିକ ଦିଗରେ ଥିବା ଗଛ ଘର ଭିତରକୁ ସକରାତ୍ମକ ଶକ୍ତି ପ୍ରବେଶ କରାଇଥାନ୍ତି। ଯାହା ଘରେ ସଫଳତା, ପ୍ରଗତି ଏବଂ ସମୃଦ୍ଧି ଆଣିଥାଏ । ଅନ୍ୟପକ୍ଷରେ ଯଦି ସେମାନଙ୍କୁ ଭୁଲ ଦିଗରେ ରଖାଯାଏ ତେବେ ସେମାନେ ଦାରିଦ୍ର୍ୟ ସୃଷ୍ଟି କରନ୍ତି । ଏମିତିରେ ସମସ୍ତଙ୍କ ଘର ବାହାରେ ତୁଳସୀ ଗଛ ତ ରହିଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ପାଖରେ କିଛି ନିର୍ଦ୍ଧିଷ୍ଟ ଗଛ ରଖିବାକୁ ବାରଣ କରାଯାଇଛି । ଏହାସହ କିଛି କାମ କରିବାକୁ ଏଠାରେ ମଧ୍ୟ ବାରଣ କରାଯାଇଛି । ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ ..

ତୁଳସୀ ଗଛ, କେବଳ ଏକ ଓଷଧୀୟ ବୃକ୍ଷ ଭାବେ କାର୍ଯ୍ଯ କରିନଥାଏ। ଏହା ଦ୍ୱାରା ଘରେ ଆସୁଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ଧରାଯାଏ । ଏମିତି କୁହାଯାଏ ଯେ ଯେଉଁ ଘରେ ତୁଳସୀ ଗଛ ଲାଗିଥାଏ ସେହି ଘରେ କେବେବି ସମସ୍ୟା ଆସିନଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ ଜଣାଇବୁ ଯାହାକୁ ଭୁଲରେ ମଧ୍ୟ ତୁଳସୀ ଗଛ ପାଖରେ ଉଚିତ ନୁହେଁ। କାରଣ ଏହା ଦ୍ବାରା ମାତା ତୁଳସୀ କ୍ରୋଧିତ ହୋଇଯାନ୍ତି ଯାହା ଦ୍ବାରା ଆପଣଙ୍କୁ ବହୁତ ସମସ୍ୟା ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ସବୁ କାରଣ ବିଷୟରେ ।

ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେବି ଓଦା କପଡା ଶୁଖାଇବା ଉଚିତ ନୁହେଁ। ଏହା ଦ୍ୱାରା ସକାରାତ୍ମକ ଉର୍ଜାର ହାନି ହେବାକୁ ଲାଗିଥାଏ ଏବଂ ମାତା ତୁଳସୀ ମଧ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । ତୁଳସୀ ଗଛକୁ ସବୁ ସମୟରେ ପରିଷ୍କାର ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ଏହି ଦିଗ ଉପରେ ଧ୍ୟାନ ନ ଦେଲେ ଅଶାନ୍ତି ଏବଂ ଧନ ଦୌଲତ ହ୍ରାସ ହେବାକୁ ଲାଗିଥାଏ। ଏଥିପାଇଁ ଏହି କଥା ଉପରେ ନିଶ୍ଚୟ ଧ୍ୟାନ ରଖନ୍ତୁ।

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ତୁଳସୀ ଗଛ ପାଖରେ ଗଣେଶ ମୂର୍ତ୍ତୀକୁ ରଖି ଦିଅନ୍ତି, ଯାହା ବହୁତ ବଡ ଭୁଲ ବୋଲି ବିବେଚନା କରାଯାଏ। ଏଥିପାଇଁ ଏମିତି ଆଦୌ କରିବା ଉଚିତ ନୁହେଁ। ଏହା ଦ୍ବାରା ଘରେ କାଗାଂଳୀ ପରିସ୍ଥିତି ଆସିଥାଏ । ତୁଳସୀ ଗଛ ପାଖରେ ଭୁଲରେ ମଧ୍ୟ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । ଏମିତି କରିବାକୁ ବହୁତ ଅଶୁଭ ବୋଲି ଧରାଯାଏ।

ବାସ୍ତୁ ଶାସ୍ତ୍ରରେ, ଏପରି କିଛି ଗଛ ରହିଛି ଯାହା କେବେ ଦକ୍ଷିଣ ଦିଗରେ ଲଗାଯିବା ଉଚିତ୍ ନୁହେଁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ଦାରିଦ୍ର୍ୟ ଘରେ ଆସିବା ଆରମ୍ଭ କରେ, ତେବେ ଆସନ୍ତୁ ଜାଣିବା କେଉଁ ଗଛକୁ ଦକ୍ଷିଣ ଦିଗରେ ରଖିବା ଅନୁଚିତ ବୋଲି ବିବେଚନା କରାଯାଏ।

– କଦଳୀ ଗଛକୁ ଦକ୍ଷିଣ ଦିଗରେ ଲଗାଯିବା ଉଚିତ ନୁହେଁ। ଏହି ଦିଗରେ ଲଗାଯାଇଥିବା କଦଳୀ ଗଛ ଶୁଭ ବୋଲି ବିବେଚନା କରାଯାଏ ନାହିଁ । କୁହାଯାଏ ଯେ ଏହା ଉଦ୍ଦିଷ୍ଟ ଫଳାଫଳ ଦେଇନଥାଏ। ଯଦି ଆପଣ କଦଳୀ ଗଛ ଲଗାଇବାକୁ ଚାହୁଁଛନ୍ତି, ତେବେ ଏହା ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇପାରିବ ।

– ତୁଳସୀ କୁ ମଧ୍ୟ ଦକ୍ଷିଣ ଦିଗରେ ଲଗାଯାଏ ନାହିଁ। ମାତା ଲକ୍ଷ୍ମୀ ତୁଳସୀରେ ରୁହନ୍ତି ବୋଲି କୁହାଯାଏ। ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇଲେ ସେ କ୍ରୋଧିତ ହୁଅନ୍ତି ଏବଂ ଘରେ ଦାରିଦ୍ର୍ୟତା ଆସେ। ଗୃହର ସଦସ୍ୟମାନଙ୍କ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗେ। ତୁଲସୀ ଗଛ ଲଗାଇବା ପାଇଁ ପୂର୍ବ ଦିଗକୁ ସର୍ବୋତ୍ତମ ଦିଗ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ଆପଣ ଉତ୍ତର ଦିଗରେ ଏହାକୁ ଲଗାଇ ପାରିବେ ।

– ଶାସ୍ତ୍ର ଅନୁଯାୟୀ ଶମି ଗଛ ଶନି ଦେବଙ୍କ ଅତ୍ୟନ୍ତ ପ୍ରିୟ। ଶମି ଗଛ ଦକ୍ଷିଣ ଦିଗରେ ଲଗାଯିବା ଉଚିତ୍ ନୁହେଁ । ଦକ୍ଷିଣ ଦିଗରେ ଶମି ଗଛ ଲଗାଇଲେ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ । ଏହାକୁ ଆପଣ ପୂର୍ବ କିମ୍ବା ଉତ୍ତର ପୂର୍ବରେ ଲଗାଇପାରିବ।

– ଶାସ୍ତ୍ର ଅନୁଯାୟୀ ମନି ପ୍ଲାଣ୍ଟକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ରଖାଯାଇଥିବା ମନି ପ୍ଲାଣ୍ଟ ଅର୍ଥ ହରାଇଥାଏ, ଯେଉଁ କାରଣରୁ ଘରେ ଅର୍ଥନୈତିକ ସଙ୍କଟ ଆସିଥାଏ । ଆପଣ ଏହାକୁ ଉତ୍ତର ଦିଗରେ ଲଗାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.