Below header

ପଶ୍ଚିମବଙ୍ଗରେ ୬୦୪ ବୁଥରେ ସାନି ନିର୍ବାଚନ

ପଶ୍ଚିମବଙ୍ଗରେ ୬୦୪ ବୁଥରେ ସାନି ନିର୍ବାଚନ । ଗତକାଲି ହୋଇଥିବା ପଞ୍ଚାୟତ ନିର୍ବାଚନରେ ବ୍ୟାପକ ସିଂସାକାଣ୍ଡ ଘଟିଥିଲା।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ୬୦୪ ବୁଥରେ ସାନି ନିର୍ବାଚନ । ଗତକାଲି ହୋଇଥିବା ପଞ୍ଚାୟତ ନିର୍ବାଚନରେ ବ୍ୟାପକ ସିଂସାକାଣ୍ଡ ଘଟିଥିଲା। ଅନେକ ସ୍ଥାନରେ ବୁଥ ଜବରଦଖଲ ହୋଇଥିଲା। ଭୋଟ ବାକ୍ସ ପୋଡ଼ାଜଳା ଓ ଲୁଟ ହୋଇଥିଲା। ହିଂସାକାଣ୍ଡ ପାଇଁ ୬୦୪ଟି ବୁଥରେ ସାନି ନିର୍ବାଚନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ କମିଶନ ।

ମୁର୍ସିଦାବାଦରେ ସର୍ବାଧିକ ୧୭୫ଟି ବୁଥରେ ସାନି ମତଦାନ ହେବ। ମାଲଦାରେ ୧୧୨ଟି, ନଦିଆରେ ୮୯ଟି, ଉତ୍ତର ୨୪ ପ୍ରଗଣାରେ ୪୬ ଟି ଏବଂ ଦକ୍ଷିଣ ୨୪ ପ୍ରଗଣାରେ ୩୬ଟି ବୁଥରେ ସାନି ମତଦାନ ହେବ । ଗତକାଲି ଭୟଂକର ହିଂସାକାଣ୍ଡ ହୋଇଥିଲା।

ଏଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି ମଧ୍ୟ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟପଟେ ବିଏସଏଫ ଯବାନ ମୁତୟନ ହୋଇଥିବା ସ୍ଥାନରେ କାହାର ମୃତ୍ୟୁ ଘଟିନଥିବା ବିଏସଏଫ ପକ୍ଷରୁ କୁହାଯାଇଛି। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.