ଉପରେ ପଥର ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଅଏଁଲାଭଟା ଗ୍ରାମରେ ଥିବା ଡୁର୍କାଡଙ୍ଗରିରେ ପଥର ଖସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଧର୍ମଗଡ(କେନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଅଏଁଲାଭଟା ଗ୍ରାମରେ ଥିବା ଡୁର୍କାଡଙ୍ଗରିରେ ପଥର ଖସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ଅଲାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରି ନାଏକ(୩୦) ବୋଲି ସୂଚନା ମିଳିଛି । ବର୍ଷା ଯୋଗୁଁ ଡଙ୍ଗରି ସାରା ଓଦାଳିଆ ହୋଇଥିବା ବେଳେ ପଥର ଫଟାଇ ମେଟାଲ ତିଆରି ପାଇଁ ଡଙ୍ଗରି ତଳେ ବସିଥିବା ମୁକୁନ୍ଦ ଓ ରାଜକୁମାରିଙ୍କ ଉପରେ ଏକ ବଡ଼ ପଥର ଖସିପଡିଥିଲା।

ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜୟପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଶବ ବ୍ଯବଚ୍ଛେଦ ପାଇଁ ଜୟପାଟଣା ଡ଼ାକ୍ତରଖାନାକୁ ପଠାଇଛି । ସେପଟେ ପୋଲିସ ପହଞ୍ଚି ଘଟଣାର ଛାନ ଭିନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.