ରାଶିଫଳ: ଶ୍ରାବଣ ସୋମବାର କାହାର କିପରି କଟିବ ଦିନ ଜାଣନ୍ତୁ…

ଏକାଧିକ ସ୍ରୋତରୁ ଆୟ ବାହାରିବ। ଜୀବନସାଥୀଙ୍କ ସହ କଥାବାର୍ତ୍ତା କରିବେ। ଖୁସି ରହିବେ। ନିଜ କାମ ଉପରେ ଅଧିକ ଧ୍ୟାନ ଦେବେ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଅଧିକାରୀମାନଙ୍କ ହୃଦୟ ଜିତିବେ। ଦୂର ସମ୍ପର୍କୀୟଙ୍କଠାରୁ ଖୁସି ଖବର ପାଇବେ।

ମେଷ: ଏକାଧିକ ସ୍ରୋତରୁ ଆୟ ବାହାରିବ। ଜୀବନସାଥୀଙ୍କ ସହ କଥାବାର୍ତ୍ତା କରିବେ। ଖୁସି ରହିବେ। ଆପଣ ନିଜ କାମ ଉପରେ ଅଧିକ ଧ୍ୟାନ ଦେବେ।

ବୃଷ: କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଅଧିକାରୀମାନଙ୍କ ହୃଦୟ ଜିତିବାରେ ସକ୍ଷମ ହେବେ। ଦୂର ସମ୍ପର୍କୀୟଙ୍କଠାରୁ ଖୁସି ଖବର ମିଳିବ।

ମିଥୁନ: ଆପଣ ବ୍ୟସ୍ତ ରହିବେ। ଫଳରେ ଜୀବନସାଥୀଙ୍କୁ ସମୟ ଦେଇପାରିବେ ନାହିଁ। ନୂଆ ଗାଡ଼ି କିଣିପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରହିବେ।

କର୍କଟ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଭଲ। ଆପଣ ଧନକୁ ଠିକ୍‌ ଉପାୟରେ ବିନିଯୋଗ କରନ୍ତୁ। ଆୟ ଓ ବ୍ୟୟର ବଜେଟ୍‌ ପ୍ରସ୍ତୁତ କରିବେ।

ସିଂହ: ଆପଣଙ୍କ ପାଇଁ ଦିନଟି ହସଖୁସିଭରା ରହିବ। ରକ୍ତ ସମ୍ପର୍କ ମଜଭୁତ ହେବ। କୌଣସି ପୁରୁଣା ବନ୍ଧୁଙ୍କୁ ଦୀର୍ଘ ଦିନ ପରେ ଭେଟିବାର ସୁଯୋଗ ମିଳିବ।

କନ୍ୟା: ଆପଣ ଚିନ୍ତିତ ରହିବେ। ପ୍ରପର୍ଟିରେ ନିବେଶ ପୂର୍ବରୁ ସାବଧାନ ରୁହନ୍ତୁ। ମା’, ବାପାଙ୍କ ସହ ମିଶି ପାରିବାରିକ ସମସ୍ୟା ବିଷୟରେ କଥା ହେବେ।

ତୁଳା: ଆଜି ଆପଣ ଧନ ଲାଭ ହୋଇପାରେ। କାମ ସମୟ ପୂର୍ବରୁ ଶେଷ ନ ହେବା କାରଣରୁ ଚିନ୍ତାଗ୍ରସ୍ତ ରହିବେ। ପୁରୁଣା ଭୁଲ୍‌ରୁ ପରଦା ଉଠିପାରେ।

ବିଛା: ଧନ ସମ୍ବନ୍ଧିତ ମାମଲା ଭଲ ରହିବ। ସାଥୀଙ୍କ ସହ ସମୟ ବିତାଇବେ। ପୁରୁଣା କରଜରୁ ମୁକ୍ତି ମିଳିବ। ସନ୍ତାନର ଭବିଷ୍ୟତ ଚିନ୍ତା ଦୂର ହେବ।

ଧନୁ: ଆଧ୍ୟାତ୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। ପୂଜାପାଠ କିମ୍ବା କୌଣସି ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଘରର ଜିନିଷପତ୍ର କିଣାରେ ଧନ ଖର୍ଚ୍ଚ କରିବେ।

ମକର: ପରିବାର ସହିତ ଧାର୍ମିକ ଯାତ୍ରାରେ ଯିବାକୁ ଯୋଜନା କରିବେ। ଅତ୍ୟଧିକ ତେଲଛଣାଯୁକ୍ତ ଖାଦ୍ୟ ଖାଇଲେ ପେଟଜନିତ ସମସ୍ୟା ହୋଇପାରେ।

କୁମ୍ଭ: ଆଜିର ଆପଣଙ୍କର କାମରେ ମନ ଲାଗିବ ନାହିଁ। ଆଖି ସମସ୍ୟାରେ ଢିଲା ଦିଅନ୍ତୁ ନାହିଁ। ଯୋଜନା ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବେ।

ମୀନ: ଆଜି ଅଟକିଥିବା ଧନ ମିଳିପାରେ। ମନ ଖୁସି ରହିବ। ଜୀବନସାଥୀଙ୍କ ସହ ବୁଲିବାକୁ ଯୋଜନା କରିପାରନ୍ତି। କାମରେ ସଫଳତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.