Below header

କଳାହାଣ୍ଡି: ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ନାବାଳକ-ନାବାଳିକାଙ୍କ ମୃତଦେହ ଉଦ୍ଧାର

ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଦୁଇଟି ଅଧାପୋଡ଼ା ମୃତଦେହ ଦେଖିଥିଲେ। ସେମାନେ ଗାଁ ଲୋକଙ୍କୁ ଜଣାଇବା ପରେ ଧର୍ମଗଡ ପୋଲିସକୁ ଘଟଣାସ୍ଥଳକୁ ଆସି ଅଧାପୋଡା ମୃତ ଦେହକୁ ଉଦ୍ଧାର କରିଛି।

ଧର୍ମଗଡ଼(କେନ୍ୟୁଜ୍):   ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ନାବାଳକ-ନାବାଳିକାଙ୍କ ମୃତଦେହ ଉଦ୍ଧାର। କିଛି ଦିନ ତଳେ ଦୁଇଜଣ ନିଖୋଜ ହୋଇଯାଇଥିଲେ। ଆଜି ମିଳିଲା ଅର୍ଦ୍ଧଦଗ୍‌ଧ ମୃତଦେହ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବାଞ୍ଜିପଦର ଗାଁରେ ଚାଞ୍ଚଲ୍ୟ। ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଦୁଇଟି ଅଧାପୋଡ଼ା ମୃତଦେହ ଦେଖିଥିଲେ। ସେମାନେ ଗାଁ ଲୋକଙ୍କୁ ଜଣାଇବା ପରେ ଧର୍ମଗଡ ପୋଲିସକୁ ଘଟଣାସ୍ଥଳକୁ ଆସି ଅଧାପୋଡା ମୃତ ଦେହକୁ ଉଦ୍ଧାର କରିଛି।

ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଉଭୟ ମୃତ ନାବାଳକ ଓ ନାବାଳିକାଙ୍କୁ ଚିହ୍ନଟ କରିଛନ୍ତି ପରିବାର। ଏହା ପ୍ରେମଜନିତ ଆତ୍ମହତ୍ୟା ନା ହତ୍ୟା ସେନେଇ ତଦନ୍ତ ଚଳାଇଛି ପୋଲିସ। କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, କିଏ ସେମାନଙ୍କୁ ନିଆଁ ଲଗାଇ ପୋଡ଼ିଦେଲା ତାର କାରଣ ଖୋଜା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.