Below header

କରୋନା ପାଇଁ ବଦଳିଲା ରିପବ୍ଲିକ ଡେ ପରେଡ୍‌ କାର୍ଯ୍ୟକ୍ରମ : ୧୫ ବର୍ଷରୁ କମ୍‌ ବୟସ୍କ ପିଲା ହେବେ ନାହିଁ ପରେଡ୍‌ରେ ସାମିଲ୍‌

ନୂଆଦିଲ୍ଲୀ :  ସଂକ୍ରମଣ ସମୟରେ ଗଣତନ୍ତ୍ର ଦିବସ ପରେଡ ବନ୍ଦ ହେବ ନାହିଁ । ତେବେ ଏଥିପାଇଁ କାର୍ଯ୍ୟକ୍ରମରେ କେତକ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ୧୫ ବର୍ଷରୁ କମ୍‌ ପିଲାଙ୍କୁ ପରେଡରେ ଭାଗ ନେବାକୁ ଦିଆଯିବ ନାହିଁ । ଚଳିତବର୍ଷ ପରେଡ ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ଯିବା ପରିବର୍ତ୍ତେ ନେସ୍‌ନାଲ୍‌ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଯିବାକୁ ସ୍ଥିର ହୋଇଛି । ଏମିତି କିଛି ପରିବର୍ତ୍ତନ କରାଯାଇଛି ପରେଡ୍‌ କାର୍ଯ୍ୟକ୍ରମରେ ।

ପରେଡ୍‌ ଦୂରତାକୁ ହ୍ରାସ କରାଯାଇ ୮.୨ କିଲୋମିଟର ପରିବର୍ତ୍ତେ ୩.୩ କିଲୋମିଟର ପର୍ଯ୍ୟନ୍ତ ଦୂରତା ରଖାଯାଇଛି । ଏହା ବ୍ୟତୀତ ମାର୍ଚ୍ଚିଙ୍ଗ୍‌ ରେ ମଧ୍ୟ ସୈନ୍ୟ ସଂଖ୍ୟାକୁ ହ୍ରାସ କରାଯାଇଛି । ପ୍ରତି ଗ୍ରୁପ୍‌ରେ ଯେଉଁଠି ୧୪୪ ଜଣ ସୈନିକ ଭାଗ ନେଉଥିଲେ । ସେଠାରେ ୯୬ ଜଣ ସୈନିକ ଭାଗ ନେବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପରେଡ଼ରେ ମାତ୍ର ୨୫ ହଜାର ଲୋକ ସାମିଲ୍‌ ହେବେ :

ପରେଡରେ ୨୫ ହଜାର ସୈନିକ ଭାଗ ନେବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ସାମାଜିକ ଦୂରତ୍ୱକୁ କଡ଼ା କଡ଼ି ପାଳନ କରାଯିବ । ପୂର୍ବରୁ ପରେଡରେ ୧ ଲକ୍ଷ ୧୫ ହଜାର ଲୋକ ଭାଗ ନେଉଥିବା ବେଳେ ଏବେ ମାତ୍ର ୨୫ ହଜାର ଲୋକ ସାମିଲ ହେବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.