ହୀରାକୁଦ୍‌ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍‌, ଯୁବକଯୁବତୀ ବୁଲିବା ବେଳର ଭିଡିଓ ଭାଇରାଲ; ଦେଖନ୍ତୁ ଭିଡିଓ

ସମ୍ବଲପୁର: ହୀରାକୁଦ୍‌ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍‌ । ହୀରାକୁଦ୍‌ ବନ୍ଧର ଗେଟ୍‌ ପାଖରେ ଥିବା OHPCର ଛାତ ଉପରେ ବୁଲାବୁଲି ଆଉ ଫଟୋ ଉଠା ଚାଲିଛି । ଆକାଶିଆ ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଯୁବକ ଯୁବତୀମାନଙ୍କୁ ସାଙ୍ଗରେ ଧରି ବୁଲାଉଛନ୍ତି । ଫଟୋ ସେସନ୍‌ ପରେ ପୁଣି ଆଉ ଏକ ଦଳଙ୍କୁ ନେଇ ବୁଲାଉଛନ୍ତି ବ୍ୟକ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି।

ତେବେ ଏମାନେ କିଏ ଆଉ କାହା ଅନୁମତି ନେଇ ଯାଇଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏଠାକାର ସୁରକ୍ଷା ଦାୟିତ୍ୱ OISF ହାତରେ ରହିଛି। ଓଆଇଏସଏଫ୍‌ର ଅନୁମତି ନେଇ ନା ବିନା ଅନୁମତିରେ ଏମାନେ ବିପଦପୂର୍ଣ୍ଣ ସ୍ଥାନକୁ ଯାଇଥିଲେ ତାହା ସବୁଠୁ ବଡ଼ ପ୍ରଶ୍ନ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.