Below header

ବୁଲା ପଶୁଙ୍କୁ ଧରି ଥଇଥାନ କେନ୍ଦ୍ରରେ ଦେଲେ ସରକାର ଦେବେ ଚାକିରୀ

ଉତ୍ତରପ୍ରଦେଶ: ବୁଲାପଶୁଙ୍କୁ ଧରିଲେ ସରକାରୀ ଚାକିରୀ ଦିଆଯିବ ବୋଲି ନିକଟରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ସରକାର ଘୋଷଣା କରିଛନ୍ତି । ଯଦି ଆପଣ ଗୋଟିଏ ମାସ ମଧ୍ୟରେ ୧୦୦ ବୁଲା ପଶୁଙ୍କୁ ଧରିପାରିବେ ତେବେ ୟୁପି ସରକାର ଆପଣଙ୍କୁ କାମ ଯୋଗାଇ ଦେବେ ।

ପ୍ରକାଶ ଯେ ୟୁପିରେ ଏହି ବୁଲା ପଶୁ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଏମାନଙ୍କ ପାଇଁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ବିଶେଷକରି ୩୦୨ କଲୋମିଟର ଆଗ୍ରା-ଲକ୍ଷ୍ନୈା ଏକ୍ସପ୍ରେସ୍‌ରେ ସର୍ବାଧିକ ଦୁର୍ଘଟଣା ଘଟୁଛି । ଯେଉଁଥିପାଇଁ ସରକାରଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି । ୟୁପିରେ ବୁଲା ଗୋରୁ ଗାଇଙ୍କ ଉପଦ୍ରବ ଏଭଳି ବଢ଼ିଛି ଯେ ପ୍ରତିଦିନ କିଛି ନା କିଛି ଲୋକ ଏଥିରେ କ୍ଷତାକ୍ତ ହେଉଛନ୍ତି ।

cow-shed-2

ୟୁପିରେ କଂସେଇଖାନାକୁ ଗୋରୁଙ୍କୁ ନେବା ଉପରେ କଡ଼ା ନିୟମ ଲଗାଯାଇଛି । ତେଣୁ ସରକାର ବୁଲା ଗୋରୁଙ୍କ ଥଇଥାନ ପାଇଁ ଅନେକ ଗୋଶାଳା ଖୋଲିଛନ୍ତି। ତଥାପି ଏହି ଯୋଜନା ଫେଲ୍‌ ମାରୁଛି। ତେଣୁ ସରକାର ଫାର୍ମ ଗୁଡ଼ିକୁ ଏହି କାର୍ଯ୍ୟ ଦେବାକୁ ଯୋଜନା କରୁଛନ୍ତି ।
ଯଦି କୈାଣସି ଫାର୍ମ ପ୍ରତି ମାସ ୧୦୦ ପଶୁ ଧରିବା ଲକ୍ଷ ହାସଲ କରି ନପାରେ । ତେବେ ପଶୁ ପ୍ରତି ୧୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଯଦି ଲକ୍ଷ ଠାରୁ ଅଧିକ ପଶୁ ଧରିପାରିବେ । ତେବେ ଅଧିକ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.