ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ, ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ । ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ । ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ଉପରେ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଛନ୍ତି କିଛି ଯୁବକ । ସବୁଠି ହୋଲିର ରଙ୍ଗରେ ସମସ୍ତେ ରଙ୍ଗୀନ୍‌ ହୋଇଥିବା ବେଳେ ଗତକାଲି ଭୁନେଶ୍ୱରରେ ଏହି ଅଘଟଣ ଘଟିଥିଲା । ସବୁଠାରୁ ବଡ କଥା ହେଲା, ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ସାଜିଥିଲେ ଦେଖଣାହାରୀ । ଦୁଇ ଦିନ ତଳେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଥିବା ବେଳେ ଏବେ ଏପରି ଘଟଣା ନିନ୍ଦାର ବିଷୟ ପାଲଟିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.