ଭଉଣୀ ଇନାୟା ସହ ମନ ଭରି ହୋଲି ଖେଳିଲେ କୁନି ତୈମୁର, ଫଟୋ ଦେଖିଲେ ମନେ ପଡ଼ିଯିବ ପିଲାବେଳ

କରୀନା କପୁର ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ ଓ ପୁଅ ତୈମୁର ସହ ହୋଲି ସେଲିବ୍ରେଟ୍‌ କରିଛନ୍ତି। କରୀନା ଗାଲ୍‌ରେ ହାଲ୍‌କା ରଙ୍ଗ ଲଗାଇଥିବା ନଜର ଆସିଥିବା ବେଳେ ତୈମୁର କିନ୍ତୁ ବେଶ୍‌ ମନ ଭରି ଉପଭୋଗ କରଛନ୍ତି ରଙ୍ଗର ପର୍ବ ହୋଲିକୁ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

taimur

ତୈମୁରର ଫଟୋକୁ କରୀନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ଲାଗୁଛି ଯେମିତି ଗୋଲାପୀ ତା’ରଙ୍ଗ। ଏଥିସହ କରୀନା ନିଜର ଏକ ସେଲ୍‌ଫି ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

taimur3

 

 

View this post on Instagram

 

I think pink is my colour. Agree?

A post shared by Kareena Kapoor Khan (@kareenakapoorkhan) on


ନିଜ ଫଟୋରେ ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ମୋତେ ଲାଗୁଛି ଗୋଲାପୀ ମୋର ମଧ୍ୟ ରଙ୍ଗ। ଏହି କଥାରେ ସହମତ?’ ଉଭୟ ଫଟୋରେ ମା’ ଓ ପୁଅ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି ଓ ମୁହଁରେ ଗୋଲାପୀ ରଙ୍ଗ ଲଗାଇଛନ୍ତି।

ହୋଲି ଉତ୍ସବରେ ଆକ୍ଟର କୁନାଲ ଖେମୁ ଓ ସୋହା ଅଲ୍ଲୀ ଖାନ୍‌ଙ୍କ ଝିଅ ଇନାୟା ଖେମୁଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

View this post on Instagram

 

Happy holi ! A time to forgive even if you can’t forget … a time to spread happiness and love 💕 #happyholi @khemster2

A post shared by Soha (@sakpataudi) on

ସେ ନିଜ ପୋଷ୍ଟରେ ତୈମୁର ଓ ଇନାୟା ରଙ୍ଗରେ ଖେଳୁଥିବା ବେଳର ଫଟୋ ସେୟାର କରିଛନ୍ତି। ଏଥିସହ ଲେଖିଛନ୍ତି ଯେ ୧୨ ବର୍ଷ ହେଲା ସେ ହୋଲି ଖେଳିନଥିଲେ ଆଉ କେବେ ବି ଖେଳି ବି ନଥାନ୍ତେ, କିନ୍ତୁ କେବଳ ଇନାୟା ଯୋଗୁ ସେ ପାର୍ଟିରେ ଖୁବ୍‌ ଉପଭୋଗ କରିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.