ଦୋଳପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା, ନିଶାସକ୍ତ ଥିବା ଯୁବତୀଙ୍କୁ ନିର୍ଧୁମ ଛେଚିଲେ ଲୋକେ

ପୁରୀ(କେନ୍ୟୁଜ୍): ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ନିଶାସକ୍ତ ଥିବା ଯୁବତୀଙ୍କୁ ମାଡ଼ । ଗୋଇଠା, ବିଧା ମାରି ଚାଲିଛନ୍ତି ଲୋକେ। ଦୋଳପୂର୍ଣ୍ଣିମା ଦିନର ଏହି ଘଟଣା। ସମସ୍ତେ ଦେଖୁଥିଲେ ମଧ୍ୟ କେହି ଅଟକାଇବାକୁ ଚେଷ୍ଟା କରି ନଥିଲେ । ଚେୟାରରେ ବସିବା ଘଟଣାକୁ ନେଇ ଏହାର ସୂତ୍ରପାତ ହୋଇଥିଲା। ନିଶାଶକ୍ତ ଥିବା ଯୁବତୀ ଜଣକ ଖାକିମଠ ନୂଆସାହିରେ ଏକ ଦହିବାରା ଦୋକାନରେ ବସି ଖାଉଥିଲେ । ଯୁବତୀ ଜଣଙ୍କ ଅଳ୍ପ ସମୟ ପାଇଁ ଚେୟାରରୁ ଉଠି ଥିଲେ । ସେହି ସମୟରେ ଆଉ ଜଣେ ସାନ ଝିଅ ବସିଯାଇଥିଲେ ସେହି ଚେୟାର ଉପରେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଶାଶକ୍ତ ଯୁବତୀ ଜଣକ ସାନ ଝିଅଟିକୁ ଚାପୁଡା ମାରିଥିଲେ । ଏହାପରେ ସ୍ଥାନୀୟ ଯୁବକ ଓ ବ୍ୟବସାୟୀମାନେ ନିଶାଶକ୍ତ ଯୁବତୀକୁ ମାଡ଼ ମାରିବା ଆରମ୍ଭ କରିଥିଲେ । ସାନ ଝିଅଟିର ମାଆଙ୍କ ଅଭିଯୋଗ, ପୋଲିସକୁ ଡାକିଥିଲେ ମଧ୍ୟ ବହୁ ସମୟ ପରେ ପୋଲିସ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.