କରୋନା ଭୟ : ଭଗବାନ ଶିବ ପିନ୍ଧିଲେ ମାସ୍କ, ମୂର୍ତ୍ତି ନଛୁଇଁ ପୂଜା କରିବା ପାଇଁ କହିଲେ ପୂଜାରୀ

ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କରୋନାରେ ଏପର୍ଯ୍ୟନ୍ତ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଅଛନ୍ତି। ଏପରି ସ୍ଥଳେ ଲୋକେ ନିଜକୁ ସଚେତନ କରୁଥିବା ବେଳେ ଭଗବାନ ଶିବ ମଧ୍ୟ ସଚେତନ। କରୋନା ଯୋଗୁଁ ଭଗବାନ ଶିବଙ୍କୁ ମନ୍ଦିରର ପୂଜକ ମାସ୍କ ପିନ୍ଧାଇଛନ୍ତି ଏବଂ ଠାକୁରଙ୍କୁ ନଛୁଇଁବା ପାଇଁ ଅନୁରୋଧ କରିଛନ୍ତି। ଏପରି ଏକ ଘଟଣା ପହଲାଦେଶ୍ୱର ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି।

lkkk

ବାରଣାସୀର କାଶୀରେ ଥିବା ପହଲାଦେଶ୍ୱର ଶିବ ମନ୍ଦିରର ପୂଜାରୀ କୃଷ୍ଣା ଆନନ୍ଦ ପାଣ୍ଡେ ସମଗ୍ର ଦେଶରେ କରୋନା ଭାଇରସ ବ୍ୟାପୁଥିବାକୁ ନେଇ ମନ୍ଦିରରେ ପ୍ରଭୁ ଭୋଳାନାଥକୁ ମାସ୍କ ପିନ୍ଧାଇଛନ୍ତି। ଲୋକମାନେ ଯେପରି ଭଗବାନକୁ କପଡା ପିନ୍ଧାଇ ଦିଅନ୍ତି, ସେପରି ମାସ୍କ ପିନ୍ଧାଇଛନ୍ତି। ଏହାଛଡା ଶିବଙ୍କ ପ୍ରତିମାକୁ ନ ଛୁଇଁବା ପାଇଁ ଅନୁରୋଧ କରିଛନ୍ତି। ଯଦି ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଛୁଇର୍ବେ ତେବେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ବଢିଯିବ ବୋଲି ପୂଜାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.