ପୃଥିବୀରେ କୋଉଠି ବି ଖସିପାରେ ସାଟେଲାଇଟ, ବୈଜ୍ଞାନିକ ଦେଲେ ଚେତାବନୀ

ଋଷିଆ ଏକ ସ୍ପେସ ରକେଟ ସାହାଯ୍ୟରେ ଏକ ଗୁପ୍ତଚର ସାମରିକ ଉପଗ୍ରହକୁ ମହାକାଶକୁ ପଠାଇଥିଲା । ଯାହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି ବୋଲି ଋଷିଆ ମଧ୍ୟ ଦାବି କରିଥିଲା । କିନ୍ତୁ ବର୍ତ୍ତମାନ ଖବର ଆସୁଛ ଯେ ଏହି ସାମରିକ ଉପଗ୍ରହ ନଷ୍ଟ ହେବାପରେ ଅନିୟନ୍ତ୍ରିତ ହୋଇଯାଇଛି । ଏବଂ ବର୍ତ୍ତମାନ ଏହା ଯେକୌଣସି ସମୟରେ ପୃଥିବୀ ଉପରେ ପଡିପାରେ । ଏହାରି ଭିତରେ ଉପଗ୍ରହର ୨୦ଟନ ଓଜନର ବିଫଳତା ଏବଂ ପୃଥିବୀକୁ ଧକ୍କା ଦେବା ବିଷୟରେ ସୂଚନା ପାଇବା ପରେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ସାମରିକ ଉପଗ୍ରହ ପୃଥିବୀ ଉପରେ ଖସିଯାଏ କିମ୍ବା ଧକା ହୁଏ ତେବେ ଏକ ବଡ କ୍ଷତି ହୋଇପାରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ ବିଫଳତା ପରେ ୨୦ଟନ ଋଷର ସାମରିକ ଗୁପ୍ତଚର ଉପଗ୍ରହ ଅନିୟନ୍ତ୍ରିତ ହୋଇଛି । ଉପଗ୍ରହ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । କିନ୍ତୁ ଉଡାଣ ସମୟରେ ରକେଟର ଉପର ପର୍ଯ୍ୟାୟରେ ବୁଷ୍ଟର ପେରେସି ବିଫଳ ହୋଇଥିଲା । ଏହି କାରଣରୁ ଏହି ଉପଗ୍ରହ ଏହାର ସଠିକ କକ୍ଷପଥରେ ପହଞ୍ଚିପାରିଲା ନାହିଁ । ଏବଂ ଏହା ପୃଥିବୀକୁ ଫେରିଆସିବ ବୋଲି କୁହାଯାଇଚି ।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଅନିୟନ୍ତ୍ରିତ ଉପଗ୍ରହ ଏବଂ ଏଥିରେ ସ୍ଥାପିତ ବୁଷ୍ଟର ପ୍ରାୟ ୨୦ ଟନ ଅଟେ । ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ପୃଥିବୀକୁ ଖସିପାରେ । ତେବେ ବିଶେଷଜ୍ଞଙ୍କ ଏହି ଦାବୀ ଉପରେ ଋଷିଆ ସେନାର ହାଇକମାଣ୍ଡ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାନ୍ତି । ନିକଟରେ ଋଷ ଏହି ଉପଗ୍ରହକୁ ସ୍ପେସ ରକେଟ ଅଙ୍ଗରା ଏ -୫ ସାହାଯ୍ୟରେ ମହାକାଶକୁ ପଠାଇଥିଲା । ଋଷର ଏହି ରକେଟ ମହାକାଶକୁ ଯିବା ଓ ଗୁପ୍ତଚର ଉପଗ୍ରହ ପଠାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।

ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ମହାକାଶରେ ଅନିୟନ୍ତ୍ରିତ ହୋଇଯାଇଥିବା ଏହି ଋଷିଆନ ଉପଗ୍ରହ ପୃଥିବୀର ଯେକୌଣସି ସ୍ଥାନରେ ପଡିପାରେ । କିନ୍ତୁ ପ୍ରଶାନ୍ତ ମହାସାଗରରେ ଏହା ପଡିବା ସମ୍ଭାବନା ଅଧିକ । କିନ୍ତୁ ଯାହା କୁହାଯାଉଛି ଯେ ଯଦି ଏହା ପ୍ରଶାନ୍ତ ମହାସାଗରରେ ପଡେ ତେବେ ଏହା ଭଲ କଥା ହେବ । କାରଣ ଏହାଦ୍ୱାରା ପୃଥିବୀର ଯେକୌଣସି ପ୍ରକାରର କ୍ଷତି ହେବାର ସମ୍ଭାବନା କମିଯିବ । କିନ୍ତୁ ଯଦି ପୃଥିବୀର କୌଣସି ଜନଗଜହଳି ପୂର୍ଣ୍ଣ ସ୍ଥାନରେ ପଡେ ତେବେ ତ କ୍ଷତି ସମ୍ଭାବନା ଢେର ଅଧିକ । ଯାହା ଚିନ୍ତା କରିବାରେ ବି ଭୟ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.