Below header

ରୁଷ ନିଜ ଅସ୍ତ୍ରାଗାରାରୁ ବାହାର କଲା ନୂଆ ବ୍ରହ୍ମାସ୍ତ୍ର: ମାତ୍ର ୩୦ ମିନିଟ୍‌ ମଧ୍ୟରେ ବିଶ୍ୱର ଯେ କୌଣସି ସ୍ଥାନକୁ କରିପାରିବ ଲକ୍ଷ୍ୟ ଭେଦ

କେନ୍ୟୁଜ୍: ରୁଷ-ଯୁକ୍ରେନ ଯୁଦ୍ଧ ସମୟ ବଢୁଛି ଆଉ ରୁଷ ଅଧିକ ମାରାତ୍ମକ ଅସ୍ତ୍ର ମୁତୟନ କରୁଛି । ଏବେ ରୁଷ ନିଜ ଅସ୍ତ୍ରାଗାରାରୁ ବାହାର କରିଛି ନୂଆ ବ୍ରହ୍ମାସ୍ତ୍ର । ନିଜର ସବୁଠାରୁ ବିପଜ୍ଜନକ କ୍ଷେପଣାସ୍ତ୍ରକୁ ମୁତୟନ କରିଛି। ଇଣ୍ଟରକଣ୍ଟିନେଣ୍ଟାଲ ହାଇପରସୋନିକ ଏଭନଗାର୍ଡ ମିସାଇଲ ସିଷ୍ଟମକୁ ଓରେନବର୍ଗ କ୍ଷେତ୍ରରେ ମୁତୟନ କରାଯାଇଛି। ମାତ୍ର ୩୦ ମିନିଟ୍‌ ମଧ୍ୟରେ ବିଶ୍ୱର ଯେ କୌଣସି ସ୍ଥାନକୁ ଲକ୍ଷ୍ୟ ଭେଦ କରିପାରିବ ବୋଲି ଦାବି କରିଛି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ।

ମନ୍ତ୍ରାଳୟ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ରୁଷ୍‌ର ସାମରିକ ଶକ୍ତିକୁ ବୃଦ୍ଧି କରିବ। ଏଭନଗାର୍ଡ ଧ୍ୱନିଠାରୁ ୨୭ ଗୁଣ ଅଧିକ ବେଗରେ ଉଡାଣ ଭରିବାରେ ସକ୍ଷମ। ଏହା ଯେ କୌଣସି ସ୍ଥିତିରେ ଆକ୍ରମଣ କରିପାରିବ। ଏହି କ୍ଷେପଣାସ୍ତ୍ର ଅନ୍ୟ ଦେଶର ମିସାଇଲ୍‌ ଡିଫେନ୍ସ ସିଷ୍ଟମକୁ ପଛରେ ପକାଇ ଦେବ।

ଏହାର ଘଣ୍ଟାପ୍ରତି ବେଗ ୩୩୦୭୬ କିଲୋମିଟର ଏବଂ ଓଜନ ୨ହଜାର କେଜି ରହିଛି। ଏହା ଏକ ସେକେଣ୍ଡରେ ୧୦ କିଲୋମିଟର ଗତି କରିପାରିବ। ବିଶ୍ୱର ଅନ୍ୟ କୌଣସି ଦେଶ ପାଖରେ ଏଭଳି କ୍ଷେପଣାସ୍ତ୍ର ନାହିଁ ବୋଲି ରୁଷ୍‌ର ମିସାଇଲ ବାହିନୀର କମାଣ୍ଡର ସର୍ଗେଇ କାରାକେଭ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.