Below header

ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଙ୍କ ଭୟଙ୍କର ପଦକ୍ଷେପ, ମୁଣ୍ଡରେ କରିଦେଲେ ଡ୍ରିଲ୍‌ ,ପୁଣି କ’ଣ ହେଲା

ରୁଷରେ ଏକ ବିଚିତ୍ର ଘଟଣା ଆସିଛି ସାମନାକୁ । ଜଣେ ବ୍ୟକ୍ତି ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡରେ ଡ୍ରିଲ କରିଦେଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ୨୦ ଜୁଲାଇରେ ।

ରୁଷରେ ଏକ ବିଚିତ୍ର ଘଟଣା ଆସିଛି ସାମନାକୁ । ଜଣେ ବ୍ୟକ୍ତି ସ୍ୱପ୍ନରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡରେ ଡ୍ରିଲ କରିଦେଇଛନ୍ତି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣଟି ଘଟିଛି ୨୦ ଜୁଲାଇରେ । ଟ୍ଵିଟରରେ ଏହି ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରାଯାଇଛି ।

ରୁଷର ନୋବୋସିବିର୍ସ୍କ ରେ ରୁହନ୍ତି ମାଇକଲ ରେଡ୍ଡଗା । ଟ୍ଵିଟରରେ ହୋଇଥିବା ପୋଷ୍ଟ ଅନୁସାରେ, ବ୍ୟକ୍ତି ନିଜର ସ୍ୱପ୍ନକୁ କଣ୍ଟ୍ରୋଲ କରିବା ପାଇଁ ଘରେ ଥିବା ଡ୍ରିଲ ମେସିନ ସାହାଯ୍ୟରେ ମୁଣ୍ଡକୁ କଣା କରି ସେଥିରେ ମାଇକ୍ରୋଚିପ୍‌ ସେଟ କରିବା ପାଇଁ ଚେଷ୍ଟା କରୁଥିଲେ ।

ଏମିତି କରିବା ବେଳେ ସେ ନିଜେ ବେହୋଶ ହୋଇ ପଡିଥିଲେ ଓ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ କଡିଥିଲା । ଜଣେ ନ୍ୟୁରୋ ସର୍ଜନ ଏପରି କରିବାର ଭିଡିଓ ସେ ୟୁଟୁବରୁ ଦେଖି ନିଜେ କରିବା ପାଇଁ ଚେଷ୍ଟା କରିଥିଲେ ।

ସୂଚନା ଅନୁଯାୟୀ, ରାଡ୍ଡଗା ଫେଜ ରିସର୍ଚ୍ଚ ସେଣ୍ଟର ସଂଗଠନର ପ୍ରତିଷ୍ଠାତା ଓ ଜଣେ ଲେଖକ ମଧ୍ୟ । ସେ ସ୍ପଷ୍ଟ,ସ୍ୱପ୍ନ, ସୂକ୍ଷ୍ମ ପ୍ରକ୍ଷେପଣ ଓ ଶରୀର ବାହାରର ଅନୁଭବ ଉପରେ ଗବେଷଣା ଓ ଅଧ୍ୟୟନ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.