Below header

ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଭାରତ-ରୁଷ ୨୧ତମ ବାର୍ଷିକ ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଭାରତ-ରୁଷ ୨୧ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ। ଦୁଇ ଦେଶ ମଧ୍ୟରେ ୨+୨ କଥାବାର୍ତ୍ତା ହେବ।କି ଛି ଘଣ୍ଟା ପାଇଁ ଭାରତ ଆସୁଥିଲେ ମଧ୍ୟ ପୁଟିନଙ୍କ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଆଲୋଚନା କରିବେ।

ପୁଟିନଙ୍କ ଗସ୍ତ କାଳରେ ପ୍ରତିରକ୍ଷା ସହ ଅନେକ ପ୍ରସଙ୍ଗରେ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ତେବେ ଏସ-୪୦୦ ଡିଲ୍‌ ଉପରେ ରହିଛି ନଜର। ଆଜି ରୁଷ ଭାରତକୁ ଏକ ଏସ ୪୦୦ ମିସାଇଲ ଡିଫେନ୍‌ସ ସିଷ୍ଟମର ମଡେଲ ହସ୍ତାନ୍ତର କରିବ। ଏହାର ଉପକରଣ ଯୋଗାଣ ପୂର୍ବରୁ ଶେଷ ହୋଇଛି। ଏହି ମିସାଇଲକୁ ନ କିଣିବା ପାଇଁ ଆମେରିକା ଭାରତ ଉପରେ ଚାପ ପକାଉଛି।

ତେଣୁ ଏହି ଏସ୍‌-୪୦୦ ମିିସାଇଲ ଚର୍ଚ୍ଚାରେ ରହିଛି। ଭାରତ କିନ୍ତୁ ନିଜର ପ୍ରତିରକ୍ଷା କ୍ଷେତ୍ରରେ ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି। ମୋଦି ଓ ପୁଟିନ ଆଲୋଚନା ମଧ୍ୟରେ ଆଗାମୀ ୧୦ବର୍ଷ ପାଇଁ ପ୍ରତିରକ୍ଷା ସହଯୋଗ ଜାରି ରଖିବାକୁ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି। ତେବେ ଆମେରିକା ସହ ଭାରତର ଘନିଷ୍ଠତା ଓ ଆମେରିକା ସହ ରୁଷ ତିକ୍ତତା ଲାଗି ରହିଥିବାରୁ ପୁଟିନଙ୍କ ଗସ୍ତ ଉପରେ ରହିଛି ବିଶ୍ୱର ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.