୨୦ଟିକିଆ ହାତୀପଲଙ୍କ ଉତ୍ପାତ: ବିଡା ବିଡା ବନ୍ଧା ଧାନ ଗଦାକୁ ଖାଇ କରୁଛନ୍ତି ନଷ୍ଟ

ବଣାଇ(କେନ୍ଯୁଜ୍): ୨୦ଟିକିଆ ହାତୀପଲଙ୍କ ଉତ୍ପାତ । ବିଡା ବିଡା ବନ୍ଧା ଧାନ ଗଦାକୁ ଖାଇ ନଷ୍ଟ କରିଦେଉଛନ୍ତି ହାତୀପଲ । ସୁନ୍ଦରଗଡ଼ ଜିଲ୍ଲା ବଣାଇ କୁଳିପୋଷରେଞ୍ଜ ଅଞ୍ଚଳରେ ହାତୀ ପଲ ପାଚିଲା ଧାନ ଖାଇବା ସହିତ କଦଳୀ ଚାଷ, ପନିପରିବା ଦଳି ଚକଟି ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ବଣାଇ ରେଞ୍ଜର ଟେଣ୍ଡରା, ଖଜୁରୀ ବାହାଲ, ତିଳେଇସରା ଅଂଚଳରେ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ସେହିପରି କୁଲି ପୋଷ ରେଞ୍ଜର ମହୁଲଡିହା ସେକ୍ସନ ଅଞ୍ଚଳରେ ମଧ୍ୟ ୨୪ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଯାହା ଫଳରେ ଚାଷୀ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି । ବନବିଭାଗ, ସ୍ଥାନୀୟ ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ହାତୀ ଅନୁକମ୍ପା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.