Below header

ଅଯୋଧ୍ୟାର ହନୁମାନଗଡି ମନ୍ଦିରରେ ସାଧୁଙ୍କୁ ହତ୍ୟା, ହତ୍ୟାକାରୀକୁ ଖୋଜୁଛି ପୋଲିସ

ଆମ୍ବେଦକରନଗର ଭିଟିରେ ପ୍ରାୟ ୧୦ ବିଘା ଜମିର ମାଲିକାନାକୁ ନେଇ ଏପରି ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି । ହନୁମାନଗଡି ମନ୍ଦିରର ପ୍ରବେଶ ଦ୍ୱାର ସାମ୍ନାରେ ଥିବା କୋଠରୀରେ ରାମ ସାହାରେ ଦାସ ରହୁଥିଲେ । ସେହି ରୁମ୍ରୁ ତାଙ୍କ ମୃତଦେହ ମିଳିଛି ।

ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ବିଷୟରେ ଜାଣିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ସାଧୁଙ୍କ ନାମ ରାମ ସାହାରେ ଦାସ ଓ ସେ ବସନ୍ତିଆ ପଟ୍ଟୀର ସନ୍ଥ ଦୁର୍ବଳ ଦାସଙ୍କ ଶିଷ୍ୟ ଥିଲେ । ଘଟଣାର ସୂଚନା ମିଳିବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ଆମ୍ବେଦକରନଗର ଭିଟିରେ ପ୍ରାୟ ୧୦ ବିଘା ଜମିର ମାଲିକାନାକୁ ନେଇ ଏପରି ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି । ପୋଲିସ ଏହି ମାମଲାରେ ଛାନଭିନ୍‌ କରୁଛି ।

ଖବର ମୁତାବକ, ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ମନ୍ଦିର ପରିସରରେ ଥିବା ସିସିଟିଭି କ୍ୟାମେରା ବନ୍ଦ କରି ଦିଆଯାଇଥିଲା । ମନ୍ଦିର ପରିସରରେ ରହୁଥିବା ଜଣେ ଯୁବକ ଘଟଣା ପରଠାରୁ ଗାଏବ ହୋଇଯାଇଛନ୍ତି । ଏବେ ପୋଲିସ ସେହି ଯୁବକଙ୍କୁ ସନ୍ଦେହ କରୁଛି । ହନୁମାନଗଡି ମନ୍ଦିରର ପ୍ରବେଶ ଦ୍ୱାର ସାମ୍ନାରେ ଥିବା କୋଠରୀରେ ରାମ ସାହାରେ ଦାସ ରହୁଥିଲେ । ସେହି ରୁମ୍ରୁ ତାଙ୍କ ମୃତଦେହ ମିଳିଛି । ତାଙ୍କ ବେକରେ ଗଭୀର ଆଘାତର ଚିହ୍ନ ରହିଛି । ପୋଲିସ ସହିତ ଫୋରେନସିକ୍ ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.