Below header

ସୈତାନ ସାଜିଲା ପୁଅ, ମା’କୁ ଶାବଳରେ ପିଟିପିଟି କଲା ହତ୍ୟା

ସୈତାନ୍ ସାଜିଲା ପୁଅ । ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ଜନ୍ମ କଲା ମାଆକୁ ଏକ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଆଁରେ ।

କରଞ୍ଜିଆ (କେନ୍ୟୁଜ): ସୈତାନ୍ ସାଜିଲା ପୁଅ । ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ଜନ୍ମ କଲା ମାଆକୁ ଏକ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଆଁରେ ।

ଗାଁର ମିଥୁନ ଗିରି ଓ ତାଙ୍କ ମା’ ଫୁଲମଣି ଗିରିକୁ କୌଣସି କାର୍ଯ୍ୟ ପାଇଁ ଟଙ୍କା ମାଗିଥିଲା । ହେଲେ ମା’ ଫୁଲମଣି ଟଙ୍କା ଦେବାକୁ ମନା କରିବାରୁ ନିଶାଶକ୍ତ ଅବସ୍ଥାରେ ପୁଅ ମିଥୁନ ଏକ ଲୁହା ଶାବଳ ଦ୍ଵାରା ପିଟିପିଟି ହତ୍ୟା କରିଛି । ଖବର ପାଇ ଘାଗରବେଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାରୀ ପୁଅ ମିଥୁନକୁ ଗିରଫ କରିଛି ପୋଲିସ । ଗୁରୁବାର ତାକୁ କୋର୍ଟ ଚାଲାଣ କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.