ରୋହିତଙ୍କୁ ମହଙ୍ଗା ପଡିଲା ଦ୍ରୁତ ଗାଡି ଚାଳନା, କଟିଲା ୩ଟି ଚାଲାଣ

ବିଶ୍ୱକପ ୨୦୨୩ ଚାଲିଥିବା ବେଳେ ରୋହିତ ଶର୍ମାଙ୍କ ଚାଲାଣ କଟିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇଓ୍ୱେରେ ରୋହିତ ୨୦୦ରୁ ଅଧିକ ସ୍ପିଡରେ ଗାଡି ଚଲାଇବା ଯୋଗୁଁ ୩ଟି ଚାଲାଣ କଟିଛି ।

ବିଶ୍ୱକପ ଚାଲିଥିବା ବେଳେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ଝଟକା । ହିଟ୍‌ମ୍ୟାନ ରୋହିତ ହାଇଓ୍ୱେରେ ନିଜ ବିଳାସପୂର୍ଣ୍ଣ କାରକୁ ୨୦୦ରୁ ଅଧିକ ସ୍ପିଡରେ ଗାଡି ଚଲାଇବା ଯୋଗୁଁ ଚାଲାଣ କଟିଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ୱେରେ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କ ନାଁରେ ୩ଟି ଚାଲାଣ କଟିଛି।

ଗତ ୧୪ ତାରିଖରେ ପାକିସ୍ତାନକୁ ୭ ଓ୍ଵିକେଟରେ ହରାଇଥିଲା ଭାରତ । ଏହାପରେ ଟିମକୁ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ଦଳକୁ ବିଶ୍ରାମ ନେବା ପାଇଁ ୫ ଦିନ ସମୟ ଦିଆଯାଇଥିଲା । ତେବେ ଅଧିନାୟକ ରୋହିତ ଶର୍ମା ଟିମ୍ ସହ ନଯାଇ ନିଜର ନୀଳ ରଙ୍ଗର ଲମ୍ବରଗିନି କାର୍ ଯୋଗେ ମୁମ୍ବାଇ ବାସଭବନକୁ ଯାଇଥିଲେ। ଏହି ସମୟରେ ମୁମ୍ବାଇ-ପୁନେ ହାଇଓ୍ୱେ ଉପରେ ଦ୍ରୁତ ଗତିରେ କାର୍ ଚଳାଇଥିଲେ ରୋହିତ ଶର୍ମା । ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍ ଚଲାଇଥିଲେ । ଫଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟିଛି ।

ତେବେ ହାଇଓ୍ୱେରେ ଗାଡି ଚଲାଇବାର ସ୍ପିଡ ୧୦୦ କିମି ପ୍ରତି ଘଣ୍ଟା ରହିଛି । କିନ୍ତୁ ରୋହିତଙ୍କ କାର ୨୦୦ କିମିରୁ ଅଧିକ ପ୍ରତି ଘଣ୍ଟା ରହିଥିଲା । ତେବେ ଏହାକୁ ନେଇ ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ଅଧିନାୟକ ହାଇଓ୍ୱେ ଉପରେ ଏଭଳି ଗାଡି ଚଳାଇବା ଠିକ୍ ନୁହେଁ । ସେ ଟିମ୍ ବସରେ ଯିବା କଥା । ତାଙ୍କର ଏଭଳି କାର୍ ଚଳାଇବା ଆଦୌ ଠିକ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.