Below header

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଧରାପଡିଲା ୭୫୦ କୋଟି ଟଙ୍କା, ପରେ ଜଣାପଡିଲା ପ୍ରକୃତ ସତ

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟଙ୍କା କେରଳରୁ ହାଇଦ୍ରାବାଦ ଯାଉଥିଲା । ଟ୍ରକକୁ ତେଲେଙ୍ଗାନାରେ ଅଟକ ଯାଇଥିଲା । ଯାଞ୍ଚ ପରେ ଟ୍ରକକୁ ଛାଡ଼ି ଦିଆଯାଇଛି ।

ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଧରାପଡିଲା ୭୫୦ କୋଟି ଟଙ୍କା ଥିବା ଟ୍ରକ । ପ୍ରଥମେ ଏହା ନିର୍ବାଚନ ଟଙ୍କା ବୋଲି ସନ୍ଦେହ କରାଯାଇ ପୋଲିସ ଆକ୍ସନ ନେବାକୁ ଯାଉଥିଲା । ହେଲେ ପରେ ତାହା ବ୍ୟାଙ୍କ ଟଙ୍କା ବୋଲି ଜଣାପଡ଼ିଥିଲା । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟଙ୍କା କେରଳରୁ ହାଇଦ୍ରାବାଦ ଯାଉଥିଲା । ଟ୍ରକକୁ ତେଲେଙ୍ଗାନାରେ ଅଟକ ଯାଇଥିଲା । ଯାଞ୍ଚ ପରେ ଟ୍ରକକୁ ଛାଡ଼ି ଦିଆଯାଇଛି । ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜ ଏନେଇ ସୂଚନା ଦେଇଛନ୍ତି ।

ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ତାରିଖ ସ୍ଥିର ହେବା ପରେ ନିର୍ବାଚନ ଆୟୋଗଙ୍କ ସହ ରାଜ୍ୟ ପୋଲିସ ମଧ୍ୟ ସଜାଗ ରହିଛି । କୌଣସି ବେଆଇନ କାର୍ଯ୍ୟ ହେବ ନାହିଁ ବୋଲି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଗାଡୱାଲ NH ରେ ପୋଷ୍ଟ ହୋଇଥିବା ପୋଲିସ୍ ରାତି ୧୦.୩୦ ରେ ଏକ ଟ୍ରକ୍ ଦେଖି ଯାଞ୍ଚ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଟ୍ରକରେ ୭୫୦ କୋଟି ଟଙ୍କା ନଗଦ ଟଙ୍କା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଏହି ଟଙ୍କା ନିର୍ବାଚନ ପାଇଁ ନୁହେଁ ବରଂ ୟୁନିଅନ ବ୍ୟାଙ୍କର ଥିଲା ବୋଲି ଜଣାପଡିଲା ।

ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜ କହିଛନ୍ତି ଯେ, ବ୍ୟାଙ୍କ ଅଧିକାରୀଙ୍କଠାରୁ ନିଶ୍ଚିତ ହେବା ପରେ ଟ୍ରକକୁ ଯାତ୍ରା ପାଇଁ ଛାଡି ଦିଆଯାଇଛି । ବିକାଶ ରାଜ କହିଛନ୍ତି, “୭୫୦ କୋଟି ଟଙ୍କା ନଗଦ ବୋଝେଇ ଟ୍ରକ କିଛି ଘଣ୍ଟା ପାଇଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଶେଷରେ ଏହା ଏକ ଚେଷ୍ଟ ଟୁ ଚେଷ୍ଟ ଟଙ୍କା ଟ୍ରାନ୍ସଫର ବୋଲି ଜାଣିବାକୁ ପାଇଥିଲୁ । ଆଉ ଯାଞ୍ଚ ହେବା ପରେ ପୋଲିସ ଟ୍ରକକୁ ଯାତ୍ରା କରିବାକୁ ଅନୁମତି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.