ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା: ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ

ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ ।

ଭୁବନେଶ୍ୱର (କେନ୍ୟୁଜ): ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି କରାଯିବ । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ । ୩ ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ବଟି ଓ ଚାନ୍ଦା ମାଗିଲେ ଜାରି ହୋଇଥିବା ଟୋଲଫ୍ରି ନମ୍ବରରେ କମ୍ପ୍ଲେନ କରିପାରିବେ ଲୋକେ ।

ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିବା ସହ ୬ଟି ଯାଗାରେ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ସହରରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିବା ବେଳେ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ସହରବାସଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.