ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଛାତରୁ ଡେଇଁ ପଡିଲେ ଯୁବକ: ଭିଡିଓ ଭାଇରଲ
୪ ମହଲା ବିଲଡିଂର ଉପର ମହଲା ହୁତହୁତ ହୋଇ ଜଳିବାରୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ସିଧା ତଳକୁ ଡେଇଁ ପଡ଼ିଛନ୍ତି । ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଲୁରୁର ପୋଶ କୋରାମଙ୍ଗଳା ଅଞ୍ଚଳରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଏପରି ଘଟଣା ଘଟିଛି ।
କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ୪ ମହଲା ବିଲଡିଂର ଉପର ମହଲା ହୁତହୁତ ହୋଇ ଜଳିବାରୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ସିଧା ତଳକୁ ଡେଇଁ ପଡ଼ିଛନ୍ତି । ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଲୁରୁର ପୋଶ କୋରାମଙ୍ଗଳା ଅଞ୍ଚଳରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି କି, ବିଲଡିଂ ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ହଠାତ୍ ସେଠାରେ ବିସ୍ଫୋରଣ ହୋଇଥିଲା । ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି । ବିସ୍ଫୋରଣ ପରେ ନିଆଁ ବିଲଡିଂର ପୂରା ଉପର ମହଲାକୁ ଲାଗିଯାଇଥିଲା । ଏତିକି ବେଳେ ୪ ମହଲା କୋଠାର ଛାତରେ ଜଣେ ବ୍ୟକ୍ତି ଫସି ଯାଇଥିଲେ । ଫଳରେ ଜୀବନ ବଞ୍ଚାଇବା ପାଇଁ ସିଧାସଳଖ ଛାତରୁ ଡେଇଁ ପଡିଥିଲେ । ବ୍ୟକ୍ତି ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
Major fire broke out in a pub on the fourth floor of a four-storey building at Koramangala in the #Bengaluru city today.
Video footage also shows a man jumping from the fourth floor to escape from the raging fire.#FireAccident pic.twitter.com/9nNHmuR9YA
— Elezabeth Kurian (@ElezabethKurian) October 18, 2023
ପୋଲିସ କହିବା ମୁତାବକ, ବିଲିଡିଂର ଟପ୍ ଫ୍ଲୋର୍ରେ ଥିବା ଏକ କାଫେରେ ହିଁ ପ୍ରଥମେ ନିଆଁ ଲାଗିଥିଲା । ଏହି ଫ୍ଲୋରରେ ଏକାଧିକ ସିଲିଣ୍ଡର ରଖାଯାଇଥିଲେ । ନିଆଁ ଲାଗିବା ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ୮ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।