Below header

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ : ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା

ଫାଙ୍କା ଗୁଳିମାଡ଼ କରି ଲୁଟି ନେଲେ ୫ ଲକ୍ଷ ଟଙ୍କା । କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରୁ ବଡ଼ ଧରଣର ଲୁଟ୍ ହୋଇଛି । ଗତକାଲି ସ୍ଵପ୍ନେଶ୍ୱର ଫିଲିଂ ଷ୍ଟେସନରେ ସିସିଟିଭି ଭାଙ୍ଗି ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

କେନ୍ଦୁଝର (କେନ୍ୟୁଜ): ଫାଙ୍କା ଗୁଳିମାଡ଼ କରି ଲୁଟି ନେଲେ ୫ ଲକ୍ଷ ଟଙ୍କା । କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରୁ ବଡ଼ ଧରଣର ଲୁଟ୍ ହୋଇଛି । ଗତକାଲି ସ୍ଵପ୍ନେଶ୍ୱର ଫିଲିଂ ଷ୍ଟେସନରେ ସିସିଟିଭି ଭାଙ୍ଗି ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୫ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ପେଟ୍ରୋଲ ପମ୍ପର ଆଇରନ ଚେଷ୍ଟ ଭାଙ୍ଗି ତା ଭିତରୁ ଟଙ୍କା ଲୁଟି ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁର୍ବୃତ୍ତ ମାନେ ସିସିଟିଭିର ହାର୍ଡଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.