ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। 

ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।  ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବ। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

ଦୀର୍ଘ ସମୟ ଧରି ଉଚ୍ଚ ରକ୍ତଚାପ ଏବଂ ମଧୁମେହ ସମେତ ବିଭିନ୍ନ ରୋଗରେ ପୀଡିତ ଥିଲେ । ଏହାପରେ ଗତରାତିରେ ସୁବ୍ରତ ରାୟଙ୍କର ହୃଦଘାତ ହେତୁ ରାତି ୧୦.୩୦ ରେ ତାଙ୍କର ମୃତ୍ୟୁ ଘଟିଥିଲା।  ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ ।  ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି।

ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, ପର୍ଯ୍ୟଟନ, ହୋଟେଲ ବ୍ୟବସାୟ, କ୍ରୀଡ଼ା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସେ ପାଦ ଦେଇଥିଲେ । ଅନେକ କ୍ଷତି ସହିବା ପରେ ସୁବ୍ରତ କିଛି ବର୍ଷ ତଳେ ସାହାରା ଏୟାରଲାଇନ୍ସକୁ ବିକ୍ରି କରି ଦେଇଥିଲେ । ପ୍ରକାଶ ଥାଉ, ଜମାକାରୀଙ୍କ ହଜାର ହଜାର କୋଟି ଟଙ୍କାକୁ ନେଇ ଏବେବି ବିବାଦ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.