Below header

ପ୍ରଥମ ମହିଳା ପାଇଲଟ ଭାବେ ନୌସେନାରେ ଯୋଗ ଦେବେ ଶିବାଙ୍ଗୀ

ଲେଫଟେଣ୍ଟ ଜେନେରାଲ ଶିବାଙ୍ଗୀ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛନ୍ତି । ଜଣେ ପ୍ରଥମ ମହିଳା ପାଇଲଟ ହୋଇ ନୌସେନାରେ ଯୋଗ ଦେବାରେ ଶିବାଙ୍ଗୀ ହେଉଛନ୍ତି ପ୍ରଥମ । ଆସନ୍ତା ଡିସେମ୍ବର ୨ ତାରିଖରେ ଶିବାଙ୍ଗୀ ଫିକ୍ସଡ଼ ବିଙ୍ଗ ଡୋରନିୟର ସର୍ଵଭିଲାନ୍ସ ବିମାନର ପ୍ଲେନ ଉଡାଇବେ । ଏହା ସହ ଶିବାଙ୍ଗୀ କୋଚି ଠାରେ ଅପରେସନ ଡ୍ୟୁଟିରେ ମଧ୍ୟ ସାମିଲ ହେବେ । ବର୍ତ୍ତମାନ ତାଙ୍କ ଟ୍ରେନିଂ ଦକ୍ଷିଣୀ କମାନ ଠାରେ ଚାଲିଛି । ଟ୍ରେନିଂ ଶେଷ ହେବା ପରେ ଶିବାଙ୍ଗୀ ଡିସେମ୍ବର ୨ ତାରିଖରେ ନିଜ କମାନ ଚଲାଇବାର ଯୋଜନା ରହିଛି । ଏହା ସହ ଶିବାଙ୍ଗୀ ପ୍ରଥମ ମହିଳା ପାଇଲଟ ଭାବେ ଭାରତୀୟ ନୌସେନାରେ ସାମିଲ ହେବାର ସୌଭାଗ୍ୟ ନିଜ ନାଁରେ କରିଛନ୍ତି ।

shivangi

ଏହା ସହ ପଢନ୍ତୁ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନାଭିସ

ଶିବାଙ୍ଗୀ ହେଉଛନ୍ତି ବିହାର ରାଜ୍ୟ ମୁଜାଫରପୁର ସହରର ମୂଳ ବାସିନ୍ଦା । ସେ ସେଠାକାର ଡିଏଭି ପବ୍ଲିକ ସ୍କୁଲରେ ୧୨ କ୍ଲାସ ପର୍ଯ୍ୟନ୍ତ ପାଠ ପଢି ଥିଲେ । ଏହା ପରେ ସେ ‘ସିକିମ ମଣିପାଳ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି’ରୁ ନିଜ ବି -ଟେକ ପାଠପଢା ଶେଷ କରିଥିଲେ । ଭାରତୀୟ ନୌସେନା ଏକାଡେମୀରେ ଶିବାଙ୍ଗୀଙ୍କୁ ୨୭ ଏନଓସି କୋର୍ସ ଶେଷ କରିବା ପରେ ହିଁ ଜଣେ ଏସଏସଇ ଭାବେ ସାମିଲ କରାଯାଇଛି । ପୂର୍ବ ବର୍ଷ ଜୁନ ମାସରେ ଭାଇସ ଆଡମିରାଲ ଏ. କେ ଚାବଲା ଔପଚାରିକ ଭାବେ ନିଯୁକ୍ତି ଦେଇଥିଲେ । କହି ରଖିବା ଉଚିତ ହେବ କି ଚଳିତ ବର୍ଷ ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.