Below header

ଶିଖ୍‌ ଡ୍ରାଇଭରଙ୍କ ଦାଢିରେ ପୋଲିସ ମାରିଲେ ହାତ, ଖଣ୍ଡା ଉଠାଇଲେ ଡ୍ରାଇଭର : ଜାଣନ୍ତୁ କାହଁକି ?

ଉତ୍ତରପ୍ରଦେଶର ଶାମଲି ମୁଜ୍ଜାଫରନଗର ବର୍ଡର ନିକଟସ୍ଥ କେତାବଲି ଗାଁ ନିକଟରେ ଏକ ଟ୍ରକ ଡ୍ରଇଭର ପୋଲିସ ଉପରକୁ ଖଣ୍ଡା ଉଠେଇ ମାରିବା ଧମକ ଦେଇଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେଇଯିବେ । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓରେ ଶିଖ୍‌ ଡ୍ରାଇଭରଙ୍କ ଏହି କାରନାମା ଅଧିକ ମାତ୍ରାରେ ସେୟାର ହେବାରେ ଲାଗିଛି ।

ଡ୍ରାଇଭରଙ୍କ ଅଭିଯୋଗ ମୁତାବକ, ରୋଡରେ ଯାଉଥିବା ସମୟରେ ପୋଲିସ ଭ୍ୟାନକୁ ସାଇଡ ନଦେବାରୁ ପୋଲିସ ବାଲା ଟ୍ରକକୁ ଓଭରଟେକ କରି ଅଟକାଇଥିଲେ । ଆଉ ଜବରଦସ୍ତ ତଳକୁ ଓହ୍ଲାଇବାକୁ କହିଥିଲେ । ଯେତେବେଳେ ଡ୍ରାଇଭର ତଳକୁ ଓହ୍ଲାଇଲେ ସେତେବେଳେ ପୋଲିସବାଲା ତାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତିତର୍କ ଭିତରେ ଜଣେ ପୋଲିସ  ଶିଖ୍‌ ଡ୍ରାଇଭରଙ୍କ ଦାଢିକୁ ଭିଡି ଦେଇଥିଲେ ।ଏଥିରେ ଡ୍ରାଇଭର ଜଣକ ରାଗିଯାଇ ଟ୍ରକରେ ଥିବା ଖଣ୍ଡାକୁ ଆଣି ପୋଲିସ ବାଲାଙ୍କୁ ଧମକାଇ କହିଥିଲେ ‘ଏବେ ସାହାସ ଅଛିତ ସାମ୍ନାକୁ ଆସ’ ।sikh_driver_confront_with_sword

ଡ୍ରାଇଭରଙ୍କର ଏଭଳି କାମ ଦେଖି ଅନ୍ୟ ଜଣେ ପୋଲିସ ତାଙ୍କୁ ବୁଝେଇବାକୁ ଲାଗିଥିଲେ ।ଆଉ ଧିରେ ଧିରେ ଡ୍ରାଇଭର ଜଣଙ୍କ ଥମି ଯାଇଥିଲେ । ଯେହେତୁ ଶିଖ୍‌ ସଂପ୍ରଦାୟ ପୁରୁଷଙ୍କ ଦାଢି ସେମାନଙ୍କ ସମ୍ମାନ ବହାନ କରେ ,ସେଥିପାଇଁ ପୋଲିସ ବାଲାଙ୍କ ଏହି ଆଚରଣକୁ ସହ୍ୟ କରିପାରିନଥିଲେ ଶିଖ୍‌ ଡ୍ରାଇଭର ।

ପୋଲିସର କହିବାନୁଯାୟୀ, ରୋଡ ସାଇଡରେ ଟ୍ରକକୁ ଓଭରଟେକ କରିବା ପାଇଁ ପୋଲିସ ଭ୍ୟାନ ବାରମ୍ବାର ହର୍ନ ବଜାଇଥିଲା । କିନ୍ତୁ ଟ୍ରକ ଚଳାକ ହର୍ନ ନଶୁଣିଲା ଭଳି କହିଥିଲେ। କିନ୍ତୁ ପୋଲିସ ଭ୍ୟାନକୁ ସାଇଡ ଛାଡି ନଥିଲେ । ତାପରେ ପୋଲିସ ଗାଡିକୁ ଆଗକୁ ନେଇ ଟ୍ରକକୁ ଅଟକାଇ ଥିଲେ । କିନ୍ତୁ ଯେତେବେଳେ ଡ୍ରାଇଭରକୁ ପଚରା ଉଚରା କରାଯାଇଥିଲା ସେତେବେଳେ ଡ୍ରାଇଭର ଜଣକ  ଉକ୍ଷିପ୍ତ ହୋଇଯାଇଥିଲେ ଆଉ ଖଣ୍ଡା ଉଠେଇଥିଲେ । ଡ୍ରାଇଭରର ଏହି କାଣ୍ଡକୁ ପାଇଁ ପୋଲିସ ତାକୁ ନିକଟସ୍ଥ ଥାନାକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.