Below header

ଦିଲ୍ଲୀ: ନିଜର ୩ ସାଥୀଙ୍କୁ ଗୁଳି କଲେ ସିକ୍କିମ୍‌ ପୋଲିସର ଯବାନ, ୨ ମୃତ

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏଠାରେ ହାଇଦରପୁର ପ୍ଲାଣ୍ଟରେ ସିକ୍କିମ୍‌ ପୋଲିସର ଜଣେ ଯବାନ ନିଜର ୩ ସାଥୀ ଯବାନଙ୍କୁ ଗୁଳି କରିଛନ୍ତି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଘଟଣାରେ ଆହତ ହୋଇଥିବା ଯବାନଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଏ ସମସ୍ତ ଯବାନ ରୋହିଣୀସ୍ଥିତ ହାଇଦରପୁର ପ୍ଲାଣ୍ଟରେ ମୁତୟନ ଥିଲେ।

ସେପଟେ ଅଭିଯୁକ୍ତ ଯବାନଙ୍କୁ କାବୁ କରି ନିଆଯାଇଛି। କୁହାଯାଉଛି ଯେ ପରସ୍ପର ମଧ୍ୟରେ ଝଗଡ଼ା କାରଣରୁ ଏହି ଗୁଳିକାଣ୍ଡ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.