Below header

ସ୍କୁଟରବାଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ପକାଇଲେ ସ୍ମୃତି ଇରାନୀ

ଗୋଆ: ମନହୋର ପାରିକରଙ୍କ ଅନ୍ତିମ ଦର୍ଶନ ବେଳେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଲେ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ପାରିକରଙ୍କ ନିଧନ ବେଳେ ସ୍ମୃତି ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଥିଲେ ପାରିକର ମୋ ପାଇଁ ଜଣେ ପରାମର୍ଶଦାତା ଓ ଜଣେ ବନ୍ଧୁ ଥିଲେ । ମୁଁ ତାଙ୍କୁ ଆଦର୍ଶ ବୋଲି ମାନି ପ୍ରତ୍ୟେକ କାମ କରିଛି । ତେଣୁ ଆଜି ଗୋଆର ସବୁ ବ୍ୟକ୍ତି ଜାଣିଛନ୍ତି ପାରିକର ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ କି କଠିନ ସମୟରେ ଗରିମା ବଜାୟ ରଖି କାର୍ଯ୍ୟ କରିବାରେ ସକ୍ଷମ ଥିଲେ ବୋଲି ସେ କହିଛନ୍ତି ।
ବିନା କିଛି ସଂକୋଚରେ ପାରିକର ସ୍କୁଟରରେ ଅଫିସ ଯାଉଥିଲେ ଆଉ ଏଥିପାଇଁ ତାଙ୍କୁ ସ୍କୁଟରବାଲା ମୁଖ୍ୟମନ୍ତ୍ରୀ ବୋଲି ଲୋକେ ଜାଣିଥିଲେ । ଅତି ଅମାୟିକ ସ୍ୱଭାବର ପାରିକାର ସବୁବେଳେ କୁହନ୍ତି ପ୍ରତ୍ୟକ ନେତା ଚା ଦେକାନରୁ ଚା ପିଇବା ଦରକାର, କାରଣ ଚା ଦେକାନ ଖଟିରେ ହିଁ ଦେଶର ଖବର ଥାଏ । ଏହିସବୁ କଥା ସ୍ମୃତିଙ୍କୁ ଭାବପ୍ରବଣ କରିଦେଇଥିଲା । ଅନ୍ତିମ ଦର୍ଶନ ବେଳେ କୋହ ସମ୍ବରଣ କରି ନପାରି କାନ୍ଦି ପକାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.