ଓପୋ ଘୋଷଣା କଲା ନୂଆ ସବବ୍ରାଣ୍ଡ Reno, ଏପ୍ରିଲ ୧୦ ତାରିଖରେ କରିପାରେ ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ

ନୂଆଦିଲ୍ଲୀ : ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ଓପୋ ଏବେ ରିୟଲମି ଭଳି ନିଜର ଏକ ସବବ୍ରାଣ୍ଡକୁ ଲଞ୍ଚ କରିବାକୁ ଯାଉଛି। କମ୍ପାନିର ଭାଇସ ପ୍ରେସିଡେଣ୍ଟ ଶେନ୍ ୟିରେନ୍ ଏହା ବିଷୟରେ ଘୋଷଣା କରି କହିଛନ୍ତି। ଏନେଇ ଜଣାପଡିଛି କି ଓପୋ ଏହାର ସର୍ବବ୍ରାଣ୍ଡ ‘ରେନୋ’ ଲଞ୍ଚ କରିବାକୁ ଯାଉଛି। ଏହାର ଲୋଗୋ ମଧ୍ୟ ନିକଟରେ କମ୍ପାନି ଲଞ୍ଚ କରିଛି। ଫୋନକୁ ଯୁବପିଢ଼ିଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି। ଏହାର ପ୍ରଥମ ସ୍ମାର୍ଟଫୋନ ଏପ୍ରିଲ ୧୦ ତାରିଖରେ ଲଞ୍ଚ କରିପାରେ।

oppo-reno

ଆପଣଙ୍କୁ ଜଣାଇବାକୁ ଚାହିଁବୁ ନିକଟରେ ଓପୋ ତାହାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି ସୂଚନା ଦେଇଥିଲା। ଯାହାକୁ ନେଇ କୁହାଯାଉଛି କି ତାହା ‘ରେନୋ’ ସବବ୍ରାଣ୍ଡର ରହିଥାଇପାରେ। ତେବେ କୁହାଯାଉଛି କି ଓପୋର ଷ୍ଟାଣ୍ଡାର୍ଡ ଡିଜାଇନର ଫୋନରୁ ରେନୋ ଫୋନ ଗୁଡିକ ଖୁବ ଭିନ୍ନ ରହିବ। ଏହାକୁ ପାୱାରଫୁଲ ସ୍ନାପଡ୍ରାଗନ ୮୫୫ ସହ ଲଞ୍ଚ କରାଯିବ ବୋଲି ଖବର ରହିଛି।

କମ୍ପାନି ଏହି ଫୋନର ନାମ ବର୍ତ୍ତମାନ ପର‌୍ୟ୍ୟନ୍ତ ଉଲ୍ଳେଖ କରିନାହିଁ। ତେବେ ଲିକ୍ ହୋଇଥିବା ସୂଚନାରୁ ଜଣାପଡିଛି କି, ଏହାର ନାମ ରେନୋ ଓପୋ ଫାଇଣ୍ଡ ଜେଟ ରଖାଯାଇପାରେ। ଅସୁଥିବା ଏହି ନୂଆ ସ୍ମାର୍ଟଫୋନକୁ ଓପୋ ନୁହଁ ବରଂ ରେନୋ ବ୍ରାଣ୍ଡିଂରେ ବଜାରରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.