ପାର୍ଲାମେଣ୍ଟ ସ୍ବତନ୍ତ୍ର ଅଧିବେଶନକୁ ନେଇ ଚର୍ଚ୍ଚା, ଶେଷ ମୁହୁର୍ତ୍ତରେ ମୋଦି ସରକାର ଚକମା ଦେବେ କି ?

ଶେଷ ମୁହୁର୍ତ୍ତରେ ମୋଦି ସରକାର ଚକମା ଦେବେ କି। ପାର୍ଲାମେଣ୍ଟ ସ୍ବତନ୍ତ୍ର ଅଧିବେଶନକୁ ନେଇ ଏବେ, ଡାର୍ଟି ଟ୍ରିକ୍ କଥା ଉଠାଇଛନ୍ତି ବିରୋଧୀ। ୫ ଦିନିଆ ଅଧିବେଶନ ପାଇଁ ଏଜେଣ୍ଡା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

ନୂଆଦିଲ୍ଲୀ: ଶେଷ ମୁହୁର୍ତ୍ତରେ ମୋଦି ସରକାର ଚକମା ଦେବେ କି। ପାର୍ଲାମେଣ୍ଟ ସ୍ବତନ୍ତ୍ର ଅଧିବେଶନକୁ ନେଇ ଏବେ, ଡାର୍ଟି ଟ୍ରିକ୍ କଥା ଉଠାଇଛନ୍ତି ବିରୋଧୀ। ୫ ଦିନିଆ ଅଧିବେଶନ ପାଇଁ ଏଜେଣ୍ଡା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।

କିନ୍ତୁ ଏହାକୁ ବିଶ୍ବାସକୁ ନେଇପାରୁନାହାନ୍ତି ବିରୋଧୀ। ଆଶଙ୍କା କରୁଛନ୍ତି ଶେଷମୁହୁର୍ତ୍ତରେ ସରପ୍ରାଇଜ୍ କାର୍ଡ ଖେଳି ପାରନ୍ତି କେନ୍ଦ୍ର ସରକାର। ଏଜେଣ୍ଡା ଆସିବା ପୂର୍ବରୁ ସଂସଦର ସ୍ବତନ୍ତ୍ର ଅଧିବେଶନରେ ୱାନ୍ ନେସନ୍, ୱାନ୍ ଇଲେକସନ୍ ଓ ମହିଳା ସଂରକ୍ଷଣ ବିଲ୍ ଆସିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଜେଣ୍ଡାରେ ଏ ପ୍ରସଙ୍ଗ ନାହିଁ।

ପାର୍ଲିଆମେଣ୍ଟର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଆସିଲା। ତଥାପି ସସପେନ୍ସ। ବିରୋଧୀଙ୍କ ମନରେ ଏବେ ବି ଛନକା। ଶେଷ ମୁହୁର୍ତ୍ତରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଏଜେଣ୍ଡା ଭିତରକୁ ଆଣିପାରନ୍ତି କେନ୍ଦ୍ର ସରକାର। ୫ ଦିନିଆ ପାର୍ଲିଆମେଣ୍ଟର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଏଜେଣ୍ଡା ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

୭୫ ବର୍ଷର ସଂସଦୀୟ ଇତିହାସର ଉପଲବ୍ଧି ସହ ୪ଟି ବିଲ୍ ଉପରେ ସ୍ବତନ୍ତ୍ର ଅଧିବେଶନ ସମୟରେ ଆଲୋଚନା ହେବ। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏବେ ସ୍ବତନ୍ତ୍ର ଅଧିବେଶନ ପାଇଁ ଯେଉଁ ଏଜେଣ୍ଡା ଆସିଛି ସେଥିପାଇଁ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିଥାନ୍ତା।

କିନ୍ତୁ କେନ୍ଦ୍ର ସରକାର ଶେଷ ମୁହୁର୍ତ୍ତରେ କିଛି ପ୍ରସଙ୍ଗକୁ ଏଜେଣ୍ଡା ଭିତରକୁ ଆଣିପାରନ୍ତି ବୋଲି ସେ ସନ୍ଦେହ କରିଛନ୍ତି। ଏ ଅଧିବେଶନରେ ସିଇସି ବିଲ୍ ଆସିବ। ସେଣ୍ଟ୍ରାଲ ଇଲେକ୍ସନ କମିଶନ ବିଲ୍ କୁ କଂଗ୍ରେସ ବିରୋଧ କରିବ ବୋଲି ସ୍ପଷ୍ଟ କରିଛନ୍ତି ଜୟରାମ। ସେହି ସମାନ କଥା ଦୋହରାଇଛନ୍ତି ଟିଏମସି ସାଂସଦ ଡେରେକ୍ ଓବ୍ରେୟାନ। ସେ ସନ୍ଦେହ କରିଛନ୍ତି ଶେଷ ମୁହୁର୍ତ୍ତରେ କେନ୍ଦ୍ର ସରକାର କିଛି ଡାର୍ଟି ଟ୍ରିକ୍ସ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.